ଓଟାସ ଅଧିକାରୀ ସାଧାରଣ ପରିଷଦ ବୈଠକ:Ommtv Kalingavikas
ଓଟାସ ଅଧିକାରୀ ସାଧାରଣ ପରିଷଦ ବୈଠକ:Ommtv Kalingavikas
ଓଟାସ ଅଧିକାରୀ ସାଧାରଣ ପରିଷଦ ବୈଠକ:Ommtv Kalingavikas

ଭୁବନେଶ୍ୱର : ଓଡିଶା ଟିକସ ଓ଼ ହିସାବ ସେବା (otas) ସଙ୍ଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜାଭିଅର ଇନିଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟର ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଉଯାଇଛି। ବୈଠକର ପ୍ରଥମ ଅଧିବେଶନରେ ରାଜ୍ୟ ଗୃହ ଓ଼ ସହରୀ ବିକାଶ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ଆଯୁକ୍ତ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ଓ଼ ସ୍ୱତନ୍ତ୍ର ବାଣିଜ୍ୟକର ଏବଂ ଜିଏସଟି ଆଯୁକ୍ତ ଶ୍ରୀ ସମ୍ବିତ ପରିଜା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ସେହିପରି ରାଜ୍ୟ ବିଜେପି ଉପ- ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଗୋଲକ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଅଭିଭାଷଣ ରଖିଥିଲେ। ରାଜ୍ୟର ଆର୍ଥିକ ପରିଚାଳନାରେ ଓଟାସ ଅଧିକାରୀଙ୍କ ମହତ୍ତ୍ୱପୂର୍ଣ ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର ମହାପାତ୍ର ଓଟାସ ଅଧିକାରୀଙ୍କ ଦାବୀଗୁଡିକୁ ବିଚାର କରିବା ପାଇଁ ଅର୍ଥବିଭାଗରେ ଏକ କମିଟି ଗଠନ କରାଯାଉ ବୋଲି ପରାମର୍ଶ ଦେଇଥିଲେ। ସେହପରି ସ୍ୱତନ୍ତ୍ର ଅତିଥି ଶ୍ରୀମତୀ ଷଡ଼ଙ୍ଗୀ ଓଟାସ ଅଧିକାରୀଙ୍କ ଦାବିଗୁଡିକ ପ୍ରତି ଧ୍ୟାନ ଦିଆଯାଉଛି ଓ଼ ଯାହା ସମ୍ଭବ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ରାଜ୍ୟର ରାଜସ୍ବ ସଂଗ୍ରହରେ ଓଟାସ ଅଧିକାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରଥାନ୍ତି ଓ଼ ସେମାନଙ୍କ ସମସ୍ୟା ପ୍ରତି ସରକାର ସହୃଦତାର ସହ ବିଚାର କରନ୍ତୁ ବୋଲି କହିଥିଲେ।
ପ୍ରାରମ୍ଭରେ ଆସୋସିଏସନର କର୍ମକର୍ତ୍ତା ଶ୍ରୀ ସୂର୍ଯ୍ୟକାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସାଧାରଣ ସମ୍ପାଦକ ଶ୍ରୀ ଅନୟ କୁମାର ପତି ବାର୍ଷିକ ବିବରଣୀ ପାଠ କରିବା ସହ ଅଧିକାରୀମନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଭାପତି ଶ୍ରୀ ଜ୍ୟୋତିରଞ୍ଜନ ଜେନା ସଭାପତିତ୍ୱ କରିଥିବାବେଳେ ଉପସଭାପତି ଶ୍ରୀ ନବ କୁମାର କଟକିଆ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ଚରଣରେ ସେବାସଙ୍ଘର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ ଓ଼ ଶ୍ରୀ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ଦ୍ୱାରା ପରିଚାଳିତ ଏହି ନିର୍ବାଚନରେ ସଦସ୍ୟମାନେ ଭୋଟ ପ୍ରଦାନ କରିଥିଲେ। ଏହି ନିର୍ବାଚନରେ ଶ୍ରୀ ଜ୍ୟୋତିରଞ୍ଜନ ଜେନା ଓ଼ ଶ୍ରୀ ଅନୟ ପତି ଯଥାକ୍ରମେ ସଭାପତି ଓ଼ ସାଧାରଣ ସମ୍ପାଦକ ରୂପେ ପୁନଃ ନିର୍ବାଚିତ ହୋଇଥିବାବେଳେ, ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଓ଼ ଶ୍ରୀ ଦୀପକ କୁମାର ମହାପାତ୍ର ଉପସଭାପତି ଏବଂ ଶ୍ରୀ ସନାତନ ଜେନା ଓ଼ ଶ୍ରୀ ଅନ୍ତିମ ସ୍ୱାଇଁ ଯୁଗ୍ମସମ୍ପାଦକ ରୂପେ ନିର୍ବାଚିତ ହୋଇଥିଲେ। ସେହିପରି ଶ୍ରୀ ସୁରେଶ କୁମାର ବେହେରା ଓ଼ ସୁଶ୍ରୀ ନର୍ମଦା ନାୟକଙ୍କୁ ଯଥାକ୍ରମେ କୋଷାଧ୍ୟକ ଓ଼ ସମୀକ୍ଷକ ରୂପେ ନିର୍ବାଚିତ କରାଯାଇଥିଲା।
