ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍‌ ବନ୍ଧୁମିଳନ:Ommtv

ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍‌ ବନ୍ଧୁମିଳନ:Ommtv

ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍‌ ବନ୍ଧୁମିଳନ:Ommtv

ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍‌ ବନ୍ଧୁମିଳନ: Ommtv 

ଭୁବନେଶ୍ୱର ୧୭/୪(KV): ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ୍ ଛାତ୍ରଚାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ପୁରାତନ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକସ୍ଥିତ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ୨୦୦୮-୧୦ ବ୍ୟାଚ୍‌ର ଛାତ୍ର ସଂସଦ ସଭାପତି ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ସାହୁ ବିଶ୍ୱବିଦ୍ୟାଳୟ ପରିସରକୁ ଅଧିକ ସବୁଜ ଓ ସୁନ୍ଦର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପୁରାତନ ଛାତ୍ର ତଥା ପ୍ରତିଷ୍ଠିତ ଧାର୍ମିକ ବ୍ୟକ୍ତିତ୍ୱ ବାବା ଅମୃତାନନ୍ଦଦାସ ମହାରାଜଜୀ ଜୀବନ ଦର୍ଶନ ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ପ୍ରକାଶ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପୂର୍ବତନ ସଭାପତି ତନ୍ମୟ ସ୍ୱାଇଁ ଏହି ବ୍ୟାଚ୍‌କୁ ଏକ ସମାଜସେବା ଅନୁଷ୍ଠାନର ରୂପ ଦେବା ଓ ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଅବଦାନ ରଖିବା ପ୍ରସ୍ତାବ ରଖିଥିଲେ । ତାହାକୁ ସମସ୍ତେ ଏକ ସ୍ୱରରେ ସମର୍ଥନ କରିଥିଲେ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମୀ କେଶରୀ ପାତ୍ର ପରସ୍ପରର ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇବାକୁ ଗୁରୁତ୍ୱ ଦେଇଥିଲେ । ସମସ୍ତ ରାଜନୈତିକ ମତଭେଦ ଓ ଶତ୍ରୁତାକୁ ଭୁଲି ବନ୍ଧୁତ୍ୱର ଏକତାର ବନ୍ଧନରେ ବାନ୍ଧି ହୋଇ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାୟ ୨୦୦ ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଅତୀତ ସ୍ମୃତିକୁ ମନେ ପକାଇଥିଲେ । ଇନ୍ଦ୍ରବାଦଲ୍ ମହାନ୍ତି, ଦିନବନ୍ଧୁ ସାହୁ, ଗୌରାଙ୍ଗ ପାଢ଼ୀ, ଦିଲ୍ଲୀପ ପାଣିଗ୍ରାହୀ, ଜୟବ୍ରତ ଦାସ, ଉପେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ ।