ଓବିସି କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ : Ommtv
ଓବିସି କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ : Ommtv
ଓବିସି କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ : Ommtv
BBSR ୧୬/୯(Ommtv.in): ଆମ୍ଭେ କେତେଜଣ ସମଭାବାପନ୍ନ ଅନ୍ୟାନ୍ୟ ପଛୁଆ ବର୍ଗ ସମ୍ପ୍ରଦାୟର ସଦସ୍ୟମାନେ ନିକଟ ଅତୀତରେ ଓବିସି କଲ୍ୟାଣ ସଂଘ ନାମକ ଟ୍ରଷ୍ଟ ଗଠନ କରିଛୁ । ଓବିସି କଲ୍ୟାଣ ସଂଘ ଟ୍ରଷ୍ଟ ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ହେଉଛି ଓଡ଼ିଶାରେ ବସବାସ କରୁଥିବା ୪.୫୦କୋଟି ଜନସଂଖ୍ୟାର ଶତକଡା ୫୪ ଭାଗ ଜନସାଧାରଣଙ୍କର ସମୂହ ସ୍ବାର୍ଥକୁ ପ୍ରତ୍ୟେକ ସ୍ତର ଯଥା, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ରେ ଥିବା ଭେଦଭାବକୁ ଦୂର କରି ଅନ୍ୟାନ୍ୟ ପଛୁଆ ବର୍ଗକୁ ତାଙ୍କ ସାମ୍ବିଧାନିକ ଅଧିକାର ଓ ସାମାଜିକ ନ୍ୟାୟ ପ୍ରଦାନ କରିବା । ଆମ ଦେଶର ସମ୍ବିଧାନର ପ୍ରଥମ ପୃଷ୍ଠା ରେ ଉଲ୍ଲେଖିତ ଥିବା ପ୍ରସ୍ତାବନାରେ ସମ୍ବିଧାନର ନିର୍ମାତାଗଣ, ସାମାଜିକ କ୍ଷେତ୍ରରେ ଦେଶରେ ଥିବା ଭେଦଭାବକୁ ଦୂର କରିବା ନିମନ୍ତେ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିଛନ୍ତି । ସମ୍ବିଧାନ ର ଧାରା ୧୪, ଭାରତର ନାଗରିକମାନଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ପୁନରାୟ ଧାରା ୧୬ ଉପଧାରା ୪ ଅନୁଯାୟୀ ‘ରାଜ୍ୟର ମତରେ କୌଣସି ଅନୁନ୍ନତ ବର୍ଗର ନାଗରିକ ମାନେ ରାଜ୍ୟଧୀନ ସେବାମାନଙ୍କରେ ଯଥାଯୋଗ୍ୟ ପ୍ରତିନିଧୁତ୍ଵ ଲାଭ କରିନଥିଲେ ସେମାନଙ୍କର ପକ୍ଷରେ ନିଯୁକ୍ତି ବା ପଦର ଆରକ୍ଷଣ ନିମନ୍ତେ କୌଣସି ଉପବନ୍ଧ କରିବାରେ ଏହି ଅନୁଚ୍ଛେଦରେ କୌଣସି ବିଷୟ ରାଜ୍ୟକୁ ବାଧା ଦେବନାହିଁ । ଆପଣଙ୍କ ଗୋଚରାର୍ଥେ କହିବାକୁ ଚାହେଁ ଯେ ସର୍ବଭାରତୀୟ ସ୍ତରରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୫୨ପ୍ରତିଶତ ଅଟେ ଯେଉଁଥିରେ ଓଡିଶାରୁ ପ୍ରାୟ ୨୦୦ ଜାତି ସାମିଲ ରହୁଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ଵେ ବର୍ତ୍ତମାନ ସୁଦ୍ଧା ସେମାନେ ସାମାଜିକ, ଆର୍ଥିକ, ରାଜନୈତିକ ନ୍ୟାୟ ପାଇବାରୁ ସମ୍ପୂର୍ଣ୍ଣ ରୂପେ ବଞ୍ଚିତ । ଭାରତରେ ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଆର୍ଥିକ, ରାଜନୈତିକ,ନ୍ୟାୟ ଯୋଗେଇଦେବା ସରକାରଙ୍କ କର୍ତ୍ତବ୍ୟ ହେବା ଉଚିତ ।

କିନ୍ତୁ ଦୁଃଖର କଥା ଏହି କି ଯେ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଅନ୍ୟାନ୍ୟ ପଛୁଆ ବର୍ଗ ଆଜି ବି ସାମାଜିକ ନ୍ୟାୟରୁ ବଞ୍ଚିତ ଅଟନ୍ତି । ମଣ୍ଡଳ କମିଶନର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ସମସ୍ତ ପ୍ରକାର ଉଚ୍ଚ ଶିକ୍ଷାରେ ନାମଲେଖା ଏବଂ କର୍ମ ନିୟୋଜନ କ୍ଷେତ୍ରରେ ୨୭% ସରଂକ୍ଷଣ ଦେଇଛନ୍ତି । ସେଥିପାଇଁ ପଛୁଆ ବର୍ଗ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଜଣାଉଛି। ଦୁଃଖର କଥା, ପୂର୍ବତନ ଓଡିଶା ସରକାର ଉଚ୍ଚତମନ୍ୟାୟାଳୟର ବିଚାରକୁ ଦ୍ୱାହି ଦେଇ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିଲେ । କିନ୍ତୁ ବର୍ତ୍ତମାନର ଓଡିଶା ସରକାର ପଛୁଆ ବର୍ଗ ସମାଜକୁ ୧୧, ୨୫% ଉଚ୍ଚ ଶିକ୍ଷାନୁଷ୍ଠାନ ରେ ନାମ ଲେଖାଇବାକୁ ସରଂକ୍ଷଣ ସୁବିଧା ଦେଇ ଆଶା ର ଆଲୋକ ଦେଖାଇଛନ୍ତି । ଏଥ ପାଇଁ ଓବିସି କଲ୍ୟାଣ ସଂଘ, ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ସରକାର କୃତଜ୍ଞତା ଜଣାଉଛି । ପରନ୍ତୁ ୧୧. ୨୫% ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମଲେଖା ଓ ନିଯୁକ୍ତିରେ ସଂରକ୍ଷଣ ପର୍ଯ୍ୟସ୍ତ ନୁହେଁ । ଜଣାଉଛି । ସମଅନୁପାତରେ ଓଡିଶା ଓବିସି କଲ୍ୟାଣ ସଂଘ ଆଶା ପୋଷଣ କରୁଛିଯେ, ବର୍ତ୍ତମାନର କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାରେ ନାମଲେଖା ଓ ସରକାରୀ ନିଯୁକ୍ତିରେ ୨୭% ସରଂକ୍ଷଣ ବ୍ୟବସ୍ଥା ଯୋଗେଇ ଦେଇଥିବାରୁ ଓବିସି କଲ୍ୟାଣ ସଂଘ କେନ୍ଦ୍ର ସରକାରଙ୍କୁ ଏ ପବିତ୍ର ମଞ୍ଚରୁ କୃତଜ୍ଞତା ସରକାର ମଧ୍ୟ ପ୍ରଚଳିତ ଆଇନରେ ଆବଶ୍ୟକୀୟ ସଂଶୋଧନ ଆଣି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖ ଓ ନିଯୁକ୍ତି କ୍ଷେତ୍ରରେ ୨୭% ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ପ୍ରଦାନ କଲେ ଅନ୍ୟାନ୍ୟ ପଛୁଆ ବର୍ଗର ବିଦ୍ୟାର୍ଥୀ ଓ ଶିକ୍ଷିତ ବେରୋଜଗାର ଙ୍କ ଉନ୍ନତି ହେବା ସହ ବିକଶିତ ଭାରତ ଗଠନ ଓ ବିକଶିତ ଓଡିଶା ଗଠନ ଦିଗରେ ବି ସହାୟକ ହୋଇପାରନ୍ତା । ଆବଶ୍ୟକୀୟ ଆଇନ ସଂଶୋଧନ କରି ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ୨୭% ସରଂକ୍ଷଣ ଦେବା ଦିଗରେ ସହୃଦୟର ସହ ବିଚାର କରିବେ ବୋଲି ଓବିସି କଲ୍ୟାଣ ସଂଘ ସରକାରଙ୍କ ଠାରୁ ଆଶା ପୋଷଣ କରେ । ଯାହା ଦ୍ବାରା ୫୪% ପଛୁଆ ବର୍ଗଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବା ସହ ବିକଶିତ ଭାରତ ସହ ବିକଶିତ ଓଡିଶା ଗଠନ ରେ ସହାୟକ ହେବ ଏହା ନିଃସନ୍ଦେହ । ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ଏସ୍.ଇ.ବି.ସି ତାଲିକାରେ ତତ୍କାଳୀନ ସରକାର, କିଛି ସ୍ୱଚ୍ଛଳ ବର୍ଗର ଜାତିଗୁଡିକୁ ସାମିଲ କରିଥିବା ଯୋଗୁଁ, ଏହା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ନିମନ୍ତେ ବିଶେଷ ଲାଭଦାୟକ ହୋଇ ପାରୁନି । ଏ ମର୍ମରେ ସରକାରଙ୍କ ପୁର୍ନବିଚାର କରିବା ପାଇଁ ଓବିସି କଲ୍ୟାଣ ସଂଘ ସରକାରଙ୍କ ଠାରେ ବିନମ୍ର ନିବେଦନ କରୁଛି । ପରିଶେଷରେ ସରକାରଙ୍କ ନିକଟରେ ଶ୍ରଦ୍ଧା, ସ୍ନେହ, ଭକ୍ତି ଓ ବିନମ୍ରତାର ସହ କିଛି ପ୍ରସ୍ତାବ ଉପସ୍ଥାପନା କରି ମୋ ବାଣୀକୁ ବିରାମ ଦେବାକୁ ଚାହିଁବି। ପ୍ରଥମତଃ, ଓଡିଶାରେ ଅନ୍ୟାନ୍ୟ ପଛୁଆ ବର୍ଗରେ ବିଭିନ୍ନ ପ୍ରକାର ୨୦୦ ଜାତି ସାମିଲ ଅଛନ୍ତି । ସେମାନେ ଜୀବନ ଜୀବିକା ନିମନ୍ତେ ବିଭିନ୍ନ ପ୍ରକାରର କୋଳିକ ବୃତ୍ତି କରି ପରିବାର ଭରଣପୋଷଣ କରିଥାନ୍ତି, ତାହା ଏବେ ବିପଦରେ ପଡିବା ପରିଲିକ୍ଷିତ ହୁଏ । ତେଣୁ ସରକାରଙ୍କ ତରଫରୁ କୋଳିକ ବୃତ୍ତିକୁ ନେଇ ନୂତନ ଯୋଜନା ପ୍ରଣୟନ କରି ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ କୌଳିକ ବୃତ୍ତିପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ଆର୍ଥିକ ସ୍ଵାବଲମ୍ବ ହେବା ଦିଗରେ ଚେଷ୍ଟା କଲେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କୌଳିକ ବୃରି ବଞ୍ଚିବା ସହ ଆର୍ଥିକ ଦିଗରେ ସ୍ବଚ୍ଛଳ ହୋଇପାରନ୍ତେ । ଦ୍ଵିତୀୟତଃ ଅନ୍ୟାନ୍ୟ ପଛୁଆ ବର୍ଗର ଯୁବ ସମାଜ ଓ ଜନସାଧାରଣର ଆର୍ଥିକ ତଥା ଶିକ୍ଷାକ୍ଷେତ୍ରରେ ପଛୁଆ ରହୁଥିବା ଯୋଗୁଁ, ସେମାନଙ୍କ ନିମନ୍ତେ କୌଶଳ ବିକାଶ ଓ ଉଦ୍ୟମଶୀଳତା ପ୍ରତି ବିଶେଷ ଧ୍ୟାନ ଦେଇ ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ ସେବା ନିମନ୍ତେ ସକ୍ଷମ କରିବାକୁ, ମାଗଣାରେ ତାଲିମ ବ୍ୟବସ୍ଥା କରିବାକୁ ସରକାରଙ୍କ ଠାରେ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ସଂଘ ଗୁହାରି ଜଣାଏ । ତୃତୀୟ ତଥା ଶେଷରେ ପ୍ରସ୍ତାବ ଆଗତ କରେ କି ଶିକ୍ଷା କ୍ଷେତ୍ରରେ ହେଉବା ସ୍ଵାସ୍ଥ୍ୟକ୍ଷେତ୍ରରେ ହେଉ, ରାଜ୍ୟର କୋଣ ଅନୁକୋଣର ଅନ୍ୟାନ୍ୟ ପଛୁଆ ବର୍ଗ, ଭୁବନେଶ୍ଵର ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି । ଆର୍ଥିକ ସ୍ୱଚ୍ଛଳ ନ ଥିବା ଦୃଷ୍ଟିରୁ କାହାର ଚାକିରୀ ନିମନ୍ତେ ସାକ୍ଷାତକାର ହେଉବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେଉ, ଭୁବନେଶ୍ଵର ପରି ମହାନଗରରେ ପହଞ୍ଚି ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହୋଇଥାନ୍ତି । ତେଣୁ ଓବିସି ମାନଙ୍କର ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସମ୍ବେଦନଶୀଳ ସରକାରଙ୍କୁ ଓବିସି କଲ୍ୟାଣ ସଂଘ ନିବେଦନ କରୁଛି ଯେ ରାଜଧାନୀ ଭୁବନେଶ୍ୱର ଠାରେ ୫ଏକର ସରକାରୀ ଜମି ଯୋଗାଇଦେଇ ସେଠାରେ ଏକ ପଛୁଆ ବର୍ଗ ଭବନ ନିର୍ମାଣ କରିବାରେ ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ରାଜ୍ୟର ୫୪% ଅନ୍ୟାନ୍ୟ ପଛୁଆ ବର୍ଗର ଜନସାଧାରଣ ଉପକୃତ ହେବେ । ଏହି ଦିଗରେ ରାଜ୍ୟସରକାର ସକାରାତ୍ମକ ମନୋଭାବ ଦର୍ଶାଇବେ ବୋଲି ଓବିସି କଲ୍ୟାଣ ସଂଘ ବିଶେଷ ରୂପରେ ଆଶା ପୋଷଣ କରେ । ପୁନଃ ଉପରୋକ୍ତ ପ୍ରସ୍ତାବ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ସହୃଦୟତାର ସହ ବିଚାର କରି ନିଷ୍ପତି ଗ୍ରହଣ କରିବେ ବୋଲି ଆଶା ପ୍ରକଟ କରି ମୋ ବାଣୀ କୁ ବିରାମ ଦେଉଛି ।
