ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଯକ୍ତ ସମ୍ବଳ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଗୋଷ୍ଠୀ ସମ୍ବଳ କର୍ମୀ ସଂଘ ପକ୍ଷରୁ ଦାବି ପତ୍ର : Ommtv Kalinga Vikas

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଯକ୍ତ ସମ୍ବଳ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଗୋଷ୍ଠୀ ସମ୍ବଳ କର୍ମୀ ସଂଘ ପକ୍ଷରୁ ଦାବି ପତ୍ର : Ommtv Kalinga Vikas

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଯକ୍ତ ସମ୍ବଳ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଗୋଷ୍ଠୀ ସମ୍ବଳ କର୍ମୀ ସଂଘ ପକ୍ଷରୁ ଦାବି ପତ୍ର : Ommtv Kalinga Vikas
କର୍ମୀ ସଂଘ ପକ୍ଷରୁ ଦାବି ପତ୍ର : Ommtv Kalinga Vikas
ଭୁବନେଶ୍ୱର, ୧୪/୯ : ସମଗ୍ର ଶିକ୍ଷା ଓସେପା ଅନ୍ତର୍ନିବେଶୀ ଶିକ୍ଷା ବ୍ୟବସ୍ଥାରେ ଦିବ୍ୟାଙ୍ଗ
ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ନିଯୁକ୍ତ ସମ୍ବଳ ଶିକ୍ଷକଙ୍କୁ ନିୟମିତ କରିବା ନେଇ
ନିକଟରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରି
ଅଖିଳ ଓଡ଼ିଶା ଗୋଷ୍ଠୀ ସମ୍ବଳ କର୍ମୀ ସଂଘର ଏକ ସାଂଗଠନିକ ବୈଠକ ଆଜି ଅପରାହ୍ନରେ
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନାରେ ସଂଘର ସଭାପତି କାର୍ତ୍ତିକ ବିଶ୍ଵାଳ କହିଛନ୍ତି ଯେ “ଦିବ୍ୟାଙ୍ଗ
ଛାତ୍ରଛାତ୍ରୀମାନେ ଏବେଭଳି ସମାଜରେ ପ୍ରତିଦିନ ସଂଘର୍ଷରେ ଲିପ୍ତ। ସେମାନଙ୍କ ଜୀବନରେ ଶିକ୍ଷା ଓ
ସଂସ୍କାର ନିମନ୍ତେ ନିଯକ୍ତ ସମ୍ବଳ ଶିକ୍ଷକମାନେ ଦୀର୍ଘ ୨୦ ବର୍ଷ ଧରି ଦିନରାତି ଏକ କରି ନିୟମିତ
ଭାବରେ କଠୋର ପରିଶ୍ରମ କରି ଆସୁଛନ୍ତି l ଅଥଚ ଅନେକ ଥର ସରକାରଙ୍କ ନିକଟରେ ଦାବି
ରଖିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଏମାନଙ୍କ ନିଯୁକ୍ତି ନିୟମିତ ହୋଇପାରିନାହିଁ ।ଏଣୁ ପୂର୍ବବର୍ତ୍ତୀ ସରକାରଙ୍କ
ଦ୍ଵାରା ସ୍ଥିରୀକୃତ ସ୍ଵଳ୍ପ ଦରମାରେ ଶିକ୍ଷକ ମାନେ ଏ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି l ପରିବର୍ଦ୍ଧିତ
ପରିବାର ସହ ଆକାଶଛୁଆଁ ବଜାର ଦର ଭିତରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସମାଜ ଆଜି ଅସହାୟ
ଅବସ୍ଥାରେ ଅଛନ୍ତି |ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଠଟି ବିଜେପି ଶାସିତ
ରାଜ୍ୟର ସରକାର ସମସ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକମାନଙ୍କୁ ନିୟମିତ କରି ସାରିଛନ୍ତି lଏଣୁ ଓଡ଼ିଶା
ସରକାର ତୁରନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ସମସ୍ତ ସମ୍ବଳ ଶିକ୍ଷକମାନଙ୍କୁ
ନିୟମିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।ଗତ କୋଡ଼ିଏ ବର୍ଷ ମଧ୍ୟରେ ୨୫ରୁ ଉର୍ଦ୍ଧ୍ଵ ସମ୍ବଳ
ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟିଛି ଏବଂ ୧୦ରୁ ଉର୍ଦ୍ଧ ଅବସର ଗ୍ରହଣ କରିସାରିଛନ୍ତି l
ସେମାନଙ୍କ ପରିବାରର ସହାବସ୍ଥାନ ନିମନ୍ତେ କିଛି ବି କରାଯାଇନାହିଁ |ସେମାନଙ୍କ ପରିବାର ପାଇଁ
ପାରିବାରିକ ପେନସନ୍ ସହ ଥାଇଥାନ ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି ।
ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ଉପସଭାପତି
ଗୋଲଖ ମହାପାତ୍ର, ଜାତୀୟ ଶିକ୍ଷାନୀତି-୨୦୨୦ ର ଓଡ଼ିଶା ସରକାରଙ୍କ ସଭ୍ୟ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,
ପ୍ରାକ୍ତନ ଅଧ୍ୟାପକ ଲକ୍ଷ୍ମୀକାନ୍ତ ମିଶ୍ର ରାଜ୍ୟ ସଂଯୋଜକ ଶିକ୍ଷକ ସେଲ ବିଜେପି, ପ୍ରାକ୍ତନ ଅଧକ୍ଷ
ଅନନ୍ତ କିଶୋର ଜେନା ପିଜି ସେଲ ଓଡିଶା ଭାଷା ବିଶ୍ଵବିଦ୍ୟାଳୟ, ସାମାଜିକ କର୍ମୀ ବାସୁଦେବ
ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ସଭାପତି କାର୍ତିକ ବିଶ୍ବାଳ ଉପ ସଭାପତି ଅଭିମନ୍ୟୁ ପଧାନ ପ୍ରକାଶ ବିଶ୍ବାଲ ସାଧାରଣ ସଂପାଦକ ଜ୍ୟୋତି ବିକାଶ ବାରିକ ସଂପାଦକ ଭଗବାନ ତରିଆ ସହ ସଂପାଦକ ଜଗଦୀଶ ମେହେର କୁଳମଣୀ ସାମଲ କୋଷାଧ୍ୟକ୍ଷ ଅରୁଣ କୁମାର
ମେହେର ସହ କୋଷାଧ୍ୟକ୍ଷ ରାଜ କିଶୋର ବାରିକ କାର୍ଯ୍ୟକାରୀ ସଭ୍ଯ ପ୍ରକାଶ ଚନ୍ଦ୍ର ମେହେର
ଜଗତପାଳ ସିଂ ନିନା ଦୀପକ କୁମାର ପ୍ରଧାନ ପ୍ରମୋଦ କୁମାର ସେଠୀ ଅକ୍ଷୟ କୁମାର ମେହେର ଉପଦେଷ୍ଟା ମଣ୍ଡଳୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ସୁଶାନ୍ତ ଦାସ ଓମ୍ ପ୍ରଣବ ନାୟକ ଆବାହକ
ସୁବଳ କୁମାର ସାହୁ