ଧର୍ମରାଜ ମୃତ୍ୟୁରେ ହାଉସିଂ‌ ବୋର୍ଡ଼ କଲୋନିରେ ଶୋକ:Ommtv Kalinga Vikas

ଧର୍ମରାଜ ମୃତ୍ୟୁରେ ହାଉସିଂ‌ ବୋର୍ଡ଼ କଲୋନିରେ ଶୋକ:Ommtv Kalinga Vikas

ଧର୍ମରାଜ ମୃତ୍ୟୁରେ ହାଉସିଂ‌ ବୋର୍ଡ଼ କଲୋନିରେ ଶୋକ:Ommtv Kalinga Vikas

ଧର୍ମରାଜ ମୃତ୍ୟୁରେ ହାଉସିଂ‌ ବୋର୍ଡ଼ କଲୋନିରେ ଶୋକ:Ommtv Kalinga Vikas

ଭୁବନେଶ୍ୱର: ଆଜି ଚନ୍ଦ୍ରଶେଖରପୁର ହାଉସିଂ ବ‌ୋର୍ଡ଼ କଲୋନିରେ ଶୋକର ଛାୟାଖେଳିଯାଇଛି। ଏହି କଲୋନିରେ ପ୍ରାୟ ୧୨ବର୍ଷରୁ ଅଧିକ ସମୟଧରି ଏକ ବୃଷଭ ଧର୍ମରାଜର ଆଜି ଅସୁସ୍ଥତା ପାଇଁ ମୃତ୍ୟୁ ହୋଇଛି। ଯାହାନେଇ ସ୍ଥାନୀୟ‌ ବାସିନ୍ଦା ଅତ୍ୟନ୍ତ ଦୁଃଖିତ। ଧର୍ମରାଜ କଲୋନିରେ ୧୨ବର୍ଷ ହେବ ରହିଆସୁଥିଲା। ସ୍ଥାନୀୟ ଶିବ ମନ୍ଦିର ନିକଟରେ ତା’ର ଠିକଣା ଥିଲା। ଯେକେହି ଶ୍ରର୍ଦ୍ଧାଳୁ ମନ୍ଦିର ଆସୁଥିଲେ ଏବଂ ତା’ର କାନରେ କିଛି କହି ମାନସିକ କରୁଥିଲେ ତାହା କିଛି ଦିନପରେ ପୁରଣ ହୋଇଯାଉଥିଲା ବୋଲି ଚର୍ଚ୍ଚା ହେଉଥିଲା। ର୍ଧମରାଜ ଅସୁସ୍ଥ୍ୟ ହୋଇପଡ଼ିବାରୁ ଗୋ’ସେବକମାନେ ତାଙ୍କର ଚିକିତ୍ସାକରିଥିଲେ। ହେଲେ ଅଧିକ ବୟଷ ଦୃଷ୍ଟିରୁ ସେ ଉଠିବାକୁ ଅକ୍ଷମ ହୋଇପଡ଼ିଥିବାରୁ ସେହି ସ୍ଥାନରେ ତା’ର ଆଜି ମୃତ୍ୟୁ ହୋଇଥିଲା। ସୂଚନାପାଇଁ ଗୋ’ସେବକମାନେ ଧଳା ଧୋଳିରେ ମୃତ ଶରିରରୁ ଖୋଡ଼ାଇ ଫୁଲଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏପରି ଏକ ଶାନ୍ତ ବୃଷଭ ଧର୍ମରାଜ ଆଜି ଚାଲିଯିବାପରେ ସ୍ଥାନୀୟ ଲୋକ ବିଧିମୂତାବକ ତା’ର ମର ଶରୀରକୁ ପୋତି ଦେଇଛନ୍ତି।