ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ସହ କିଟ୍‌ର ଦୁଇ ବୁଝାମଣାପତ୍ର ସ୍ୱାକ୍ଷରିତ:Ommtv Kalinga Vikas

ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ସହ କିଟ୍‌ର ଦୁଇ ବୁଝାମଣାପତ୍ର ସ୍ୱାକ୍ଷରିତ:Ommtv Kalinga Vikas

ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ସହ କିଟ୍‌ର ଦୁଇ ବୁଝାମଣାପତ୍ର ସ୍ୱାକ୍ଷରିତ:Ommtv Kalinga Vikas

ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ସହ କିଟ୍‌ର ଦୁଇ ବୁଝାମଣାପତ୍ର ସ୍ୱାକ୍ଷରିତ:Ommtv Kalinga Vikas

ଭୁବନେଶ୍ୱର, ୨୯ ।୫: ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ, କିଟ୍ ବିଶ୍ୱବିଦ୍ୟାଳୟ, ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ମଧ୍ୟରେ ଦୁଇଟି ଅଲଗା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏବଂ ନୌସେନା ସ୍ତ୍ରୀ କଲ୍ୟାଣ ସଂଘର ସଭାପତି ଶଶି ତ୍ରିପାଠି ଏବଂ ନୌସେନା ଶିକ୍ଷା ଅଧିକାରୀ କମୋଡୋର ଏସଏମ ଉରୁଜ ଆଥାର ସ୍ୱାକ୍ଷର କରିଛନ୍ତି ।

ଏହା ବୁଝାମଣାପତ୍ର ଅନୁସାରେ କିଟ୍‍ ବିଶ୍ୱବିଦ୍ୟାଳୟରେ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାର ପିଲାଙ୍କ ପାଇଁ ଛାତ୍ରବୃତ୍ତି, ଟ୍ୟୁସନ୍‍ ଫି ଛାଡ ଏବଂ ବିଭିନ୍ନ ପାଠ୍ୟକ୍ରମରେ ସିଟ୍‍ ସଂରକ୍ଷିତ ରଖାଯିବ । ସେମାନଙ୍କ ପିଲାଙ୍କ ପାଇଁ ଏମବିବିଏସ ପାଠ୍ୟକ୍ରମରେ ଦୁଇଟି ସିଟ୍‍ ପାଇଁ ୧୦ ପ୍ରତିଶତ ଟ୍ୟୁସନ୍‍ ଫି ଛାଡ, ବିଡିଏସ ଏବଂ ବିଏସସି ନର୍ସିଂରେ ୫ଟି ସିଟ୍‍ ସଂରକ୍ଷଣ, ବିଟେକ (କମ୍ପ୍ୟୁଟର ବିଜ୍ଞାନ ଏବଂ ଆନୁସଙ୍ଗିକ ପାଠ୍ୟକ୍ରମ)ରେ ୪ଟି ସିଟ୍‍ ସଂରକ୍ଷଣ ଏବଂ କାର୍ଯ୍ୟରତ ନୌସେନା ଅଧିକାରୀଙ୍କ ପିଲାମାନଙ୍କ ପାଇଁ ଅନ୍ୟ ସମସ୍ତ ଅଣ-ଡାକ୍ତରୀ ପାଠ୍ୟକ୍ରମରେ ୫୦ ପ୍ରତିଶତ ଇନ୍‍ଷ୍ଟିଚ୍ୟୁସନାଲ୍‍ ଫି ଛାତ୍ରବୃତ୍ତି ସହ ସେମାନଙ୍କୁ ଆବଶ୍ୟକ ସିଟ୍‍ ପ୍ରଦାନ କରାଯିବ ।

ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ତଟରକ୍ଷୀର କୋଷ୍ଟଗାର୍ଡ ୱେଲଫେୟାର ଆଣ୍ଡ ୱେଲ୍‍ନେସ୍‍ ସଂଘ ମଧ୍ୟରେ ଅନ୍ୟଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏଥିରେ ମଧ୍ୟ ଭାରତୀୟ ତଟରକ୍ଷୀରେ କର୍ମଚାରୀଙ୍କ ପିଲାଙ୍କ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟରେ ଇନ୍‍ଷ୍ଟିଚ୍ୟୁସନାଲ୍‍ ଫି ଉପରେ ୧୦ ପ୍ରତିଶତ ବୃତ୍ତି ସହ ଏମ୍‍ବିବିଏସ୍‍ ପାଠ୍ୟକ୍ରମରେ ୨ଟି, ବିଡିଏସ୍‍ରେ ୫ଟି, ବିଏସ୍‍ସି ନର୍ସିଂରେ ୫ଟି ସିଟ୍‍ ସଂରକ୍ଷିତ ରଖାଯିବ । ଏହା ବ୍ୟତୀତ କମ୍ପ୍ୟୁଟର୍‍ ସାଇନ୍‍ସ ଓ ତତ୍‍ ସମ୍ପର୍କିତ ଅନ୍ୟାନ୍ୟ ବିଟେକ୍‍ ପାଠ୍ୟକ୍ରମରେ ୪ଟି ସିଟ୍‍ ସେମାନଙ୍କ ପାଇଁ ସଂରକ୍ଷିତ ରହିବ । ଅନ୍ୟାନ୍ୟ ସମସ୍ତ ଅଣ-ଡାକ୍ତରୀ ପାଠ୍ୟକ୍ରମରେ ସେମାନଙ୍କ ପିଲାଙ୍କ ପାଇଁ ଇନ୍‍ଷ୍ଟିଚ୍ୟୁସନାଲ୍‍ ଫି ଉପରେ ୫୦ ପ୍ରତିଶତ ବୃତ୍ତି ପ୍ରଦାନ କରାଯିବ।

ଏହି ସହଯୋଗ କିଟ୍ ର ଜାତୀୟ ସେବା ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପ୍ରତିପାଦିତ କରୁଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଏହି ବୁଝାମଣା ହେଉଛି ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ପ୍ରତି ସମ୍ମାନ ଓ ଶିକ୍ଷା ମାଧ୍ୟମରେ ଅନ୍ତର୍ଭୁକ୍ତିମୂଳକ ବିକାଶ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।