ଭବାନୀପାଟଣା ହିଲଟାଉନର ନୂତନ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତାଙ୍କ ଚୟନ : Ommtv Kalinga Vikas

ଭବାନୀପାଟଣା ହିଲଟାଉନର ନୂତନ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତାଙ୍କ ଚୟନ : Ommtv Kalinga Vikas

ଭବାନୀପାଟଣା ହିଲଟାଉନର ନୂତନ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତାଙ୍କ ଚୟନ : Ommtv Kalinga Vikas

ଭବାନୀପାଟଣା ହିଲଟାଉନର ନୂତନ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତାଙ୍କ ଚୟନ : Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୧/୦୮ (କବି) ଜିଲ୍ଲା ପ୍ରତିନିଧି (ମହାଶ୍ୱର) ଙ୍କ ରିପୋର୍ଟ ଭବାନୀପାଟଣା ସହରରେ ଥିବା ହିଲଟାଉନ ଲେନ ନଂ ୦୧ ଓ ୦୨ (ପଶ୍ଚିମ) ବୈଠକଟି ଆୟୋଜନ ହୋଇଯାଇଛି I ହିଲଟାଉନରେ 2002 ମସିହI ଅଗଷ୍ଟ ମାସର ପ୍ରତେକ ତିନି ବର୍ଷରେ ଥରେ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥାଏ I ଏହାଦ୍ୱାରା ଗଠିତ ସମିତି ନିବନ୍ଧ ସଂଖ୍ୟା ୨୯୮୧/୦୮/୨୦୦୨-୦୩ ଉକ୍ତ ହିଲଟାଉନ ଉର୍ଣ୍ଣତିକରଣ ବା (ଡେଭଲପମେଣ୍ଟ) କମିଟିର ପୁରାତନ ସଭ୍ୟ ଓ ନୂତନ ବୟଜେଷ୍ଟ ସଭ୍ୟ ମାନେ ହିଲଟାଉନରେ ବୈଠକଟିକୁ ଆୟୋଜନ କରିଥିଲେ I ପୁରାତନ କର୍ମକର୍ତ୍ତା କହିବା ଅନୁଯାଇ ନୂତନ କର୍ମକର୍ତ୍ତା ଚୟନ କରିବା ପାଇଁ ଦୁଇଟି ଲେନର ଉପସ୍ଥିତ ସଭ୍ୟ ମାନେ ନିର୍ଣ୍ଣୟ କରିଥିଲେ I

ଏହି ବୈଠକରେ ପ୍ରାୟ ୪୦ ରୁ ୫୦ ଜଣ ସଭ୍ୟ ଉର୍ଦ୍ଧ ନୂତନ ଓ ପୁରାତନ ସଭ୍ୟ ଯୋଗ ଦେଇଥିଲେ I ତାପରେ ହିଲଟାଉନର ନିଜ ଦୁଇଟି ଲେନର ସମସ୍ତ ସୁବିଧା ଅସୁବିଧା କଥା ବାର୍ତ୍ତା ସରିଲା ପରେ ସମସ୍ତ ସଭ୍ୟଙ୍କ ସହମତରେ ନୂତନ ନବ ନିର୍ବାଚିତ ସଦସ୍ୟ ବଛIଯାଇଥିଲା I ନବ ନିର୍ବାଚିତ ସଦସ୍ୟ ମାନେ ହେଲେ :- ସଭାପତି ଗଣେଶ ପଟ୍ଟନାୟକ , ଉପ ସଭାପତି ଭୋବIନି ଶଙ୍କର ପରିଚ୍ଛ , ସାଧାରଣ ସମ୍ପାଦକ ଦୁଃଖିଶ୍ୟାମ ପ୍ରଧାନ, ଯୁଗ୍ମ ସମ୍ପାଦକ କେ,ସୁନୀଲ , କୋଷIଦକ୍ଷ ସଂଗ୍ରାମ କେଶରୀ ରଥ,ନିର୍ବାହୀ ସଦସ୍ୟ ସାୟଦ ଗୁଲାମ ଗୌଷ,ସୁଜିତ କୁମାର ଦାସ,ଶିବ ପ୍ରସାଦ ପଣ୍ଡା,ଦୁର୍ଗା ପ୍ରସାଦ ରଥ,ବିରଭଦ୍ର ବIଡ଼ତିଆ,ସୁର ନନ୍ଦ,ଅରୁଣ ଭୋଇ I ଏହି ପାଞ୍ଚ ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ପରାମର୍ଶଦାତା ରୂପେ ସମସ୍ତ ସଭ୍ୟଙ୍କ ଉପସ୍ଥିତରେ ଚୟନ କରାଯାଇଛି ସେମାନେ ହେଲେ :- ଡାକ୍ତର ଭାରତ ବନ୍ଧୁ ପଣ୍ଡା,ପ୍ରମୋଦ କୁମାର ପଟ୍ଟନାୟକ, ଉମାଶଙ୍କର ମୁଣ୍ଡ,ରବୀନ୍ଦ୍ର ମୁଣ୍ଡ,ସରୋଜ ପାତ୍ର I ସମସ୍ତ ଚୟନ ହୋଇଥିବା ନୂତନ କର୍ମକର୍ତ୍ତା ନିଜ ନିଜର ପଦ ପଦବୀର ମାନ ରଖି ହିଲଟାଉନ ଲେନ ନଂ ୦୧ ଓ ୦୨ (ପଶ୍ଚିମ)ର ସର୍ବାଙ୍ଗୀନ ଉର୍ନ୍ନତି କରିବେ ଏବଂ ଏହି ହିଲଟାଉନ ଉର୍ଣ୍ଣତିକରଣ ବା (ଡେଭଲପମେଣ୍ଟ) କମିଟିର ଏକ ଆଦର୍ଶ ସୋସାଇଟିରେ ପରିଣୀତ କରିବେ ବୋଲି ସମସ୍ତ ସଦସ୍ୟ ମତ ବ୍ୟକ୍ତ କରିଥିଲେ I ବୈଠକଟି ସମ୍ପର୍ଣ ହେବା ପରେ ନୂତନ ନିର୍ବାଚିତ ହୋଇଥିବା ସାଧାରଣ ସମ୍ପାଦକ ଦୁଃଖିଶ୍ୟାମ ପ୍ରଧାନ ଉପସ୍ଥିତ ନୂତନ ଚୟନ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ଓ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ କରି ଆଜିର ବୈଠକଟି ସମାପ୍ତ ହେଲା ବୋଲି ଘୋଷଣା କରିଥିଲେ I ସେହି ସଙ୍ଗେ ସଙ୍ଗେ ଉପସ୍ଥିତ ପୁରାତନ ସଭ୍ୟ ଓ ନବ ନିର୍ବାଚିତ ସଭ୍ୟ ସମସ୍ତେ ମିଶି ହିଲଟାଉନର ୦୧ ନଂ ଲେନ ଓ ୦୨ ନଂ ଲେନରେ ଯେଉଁ ମାନେ ଘର କରି ରହିଛନ୍ତି ପ୍ରତ୍ୟେକ ପରିବାରର ବ୍ୟକ୍ତି ମାନଙ୍କ ଘର ଘରକୁ ଯାଇ ସାକ୍ଷାତ କରି ଆମ୍ଭେମାନେ ସୁଖ ଦୁଃଖରେ ଆଗାମୀ ଦିନରେ ଯାହା ହେବ ଆପଣମାନଙ୍କ ସାଥିରେ ରହିବୁ ବୋଲି ସମସ୍ତ ସଦସ୍ୟ ପ୍ରତିଶୃତି ଦେଇଥିଲେ I