ବଡ ଗୋପାଳଜୀ ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି......(ରିପୋର୍ଟ: ରଂଜନ)
ଆଷାଢ଼ ମାସ ପୁର୍ଣିମା ତିଥି ଦିନ ପ୍ରତେକ ବର୍ଷ ଗୁରୁପୂର୍ଣ୍ଣିମା ପାଳନ କରାଯାଏ. ଏହି ଅବସରରେ ବଂଶୀଧର ମହାରାଜ ଆସିଥିଲେ ଏବଂ ତାଙ୍କର ଶିଷ୍ୟ ଗଣ ଆସି ତାଙ୍କୁ ପୂଜା ଅର୍ଚନା କରିଥିଲେ ଏବଂ ଉପହାର ଭେଟିଦେଇଥିଲେ ସେଇଥି ପାଇଁ ବହୁତୁ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା | ଭାରତ ବର୍ଷ ରେ ଗୁରୁଙ୍କୁ ଦେବତା ତୁଲ୍ୟ ମନାଯାଏ. ମହର୍ଷି ବେଦବ୍ୟାସ ଙ୍କର ଜନ୍ମ ଆଷାଢ଼ ମାସର ପୁର୍ଣିମା ତିଥି ରେ ହୋଇଥିଲା ସେଥିପାଇଁ ଆଜିର ଦିନଟିକୁ ଗୁରୁ ପୁର୍ଣିମା ଭାବେ ପାଳନ କରାଯାଏ. ପୌରାଣିକ କଥା ହିସାବରେ
ମହର୍ଷି ପରାସର ଭ୍ରମଣ କରିବା ପାଇଁ ବାହାରିଥିଲେ ସେହିସମୟରେ ସୁନ୍ଦର ନାରୀ ଉପରେ ତାଙ୍କର ଆଖି ପଡିଲା ଯାହାରନାମ ସତ୍ୟବତୀ ଥିଲା ସେ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷକ ଥିଲେ କିନ୍ତୁ ତାଙ୍କ ଶରୀରରୁ ମାଛ ର ଗନ୍ଧ ଆସୁଥିଲା ସେଇଥି ପାଇଁ ତାଙ୍କୁ ମଦସ୍ୟ କନ୍ୟା କହୁଥିଲେ. ସତ୍ୟବତୀ ଙ୍କୁ ସନ୍ତାନ ଦେବାକୁ ଇଛା ପ୍ରକାଶ କଲେ ଏବଂ ସତ୍ୟବତୀ ଙ୍କର ସବୁ ସର୍ତ କୁ ମାନିନେଲେ . ଆଉ କିଛି ବର୍ଷ ପରେ ସତ୍ୟବତୀ ଙ୍କୁ ସୁନ୍ଦର ସନ୍ତାନ ପ୍ରାପ୍ତ ହେଲା ଯାହାର ନାମ କ୍ରିଷ୍ଣଦ୍ୱାପୟନ ରଖାଗଲା. ଆଗକୁ କ୍ରିଷ୍ଣଦ୍ୱାପୟନ ବେଦବ୍ୟାଷ ନାମରେ ବିଖ୍ୟାତ ଲାଭ କଲେ ଏବଂ ଚାରିବେଦ ର ବିସ୍ତାର କରିଥିବରୁ ତାଙ୍କୁ ବେଦବ୍ୟାଷ କୁହାଯାଏ.ବେଦ , ଉପନିଷଦ,ପୁରାଣ ରଚନା କରିଥିଲେ ଓ ସେ 18 ମହାପୁରଣ ବ୍ରାହ୍ମସୂତ୍ର ର ପ୍ରଣୟ କରିଥିଲେ .ସେ ମହାଭାରତ ର ମଧ୍ୟ ରଚନା କରିଥିଲେ ସେଇଥି ପାଇଁ ତାଙ୍କୁ ମାନବଜାତିର ଗୁରୁ ରୂପେ ମନାଯାଏ |
#Ommtv #viralvideo #trend #trendingshorts #viralreels #trending

Kalinga Cine Arts Art of Giving Award