ଶ୍ରୀକ୍ଷେତ୍ରରେ ଆସନ୍ତା ଏପ୍ରିଲ ୬ ତାରିଖ ରାମନବମୀ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ ସାହିଯାତ ମହାସମାରୋହରେ ପାଳନ କରାଯିବ : Ommtv Kalinga Vikas
ଶ୍ରୀକ୍ଷେତ୍ରରେ ଆସନ୍ତା ଏପ୍ରିଲ ୬ ତାରିଖ ରାମନବମୀ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ ସାହିଯାତ ମହାସମାରୋହରେ ପାଳନ କରାଯିବ : Ommtv Kalinga Vikas
ଶ୍ରୀକ୍ଷେତ୍ରରେ ଆସନ୍ତା ଏପ୍ରିଲ ୬ ତାରିଖ ରାମନବମୀ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ ସାହିଯାତ ମହାସମାରୋହରେ ପାଳନ କରାଯିବ : Ommtv Kalinga Vikas

ଏହି ସମୟରେ ପୁରା ଜଗନ୍ନାଥଧାମ ମୁକ୍ତାକାଶ ରଙ୍ଗମଞ୍ଚରେ ପରିଣତ ହେବା ସହ ବିବିଧ ପ୍ରକାରର ସମର କଳା, ଲୋକନୃତ୍ୟ ତଥା ରାମ ରାବଣ ଯୁଦ୍ଧରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର l ଏହି ପ୍ରାଚୀନ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ଏବଂ ଆଗାମୀ ପିଢ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପୁରୀ ସାହିଯାତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଉଦ୍ୟମର ଅଂଶ ଭାବରେ ଆଜି ସଂସ୍କୃତି ଭବନ, ଭୁବନେଶ୍ୱର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ୍ ସୂର୍ଯ୍ୟବଂଶୀ, ମାନ୍ୟବର ସାଂସଦ ଡ଼ା. ସମ୍ୱିତ ପାତ୍ର, ରାଜ୍ଯ ସଂସ୍କୃତି ସଚିବ, ସଂସ୍କୃତି ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ଜିଲ୍ଲା ବି.ଜେ.ପି ସଭାପତି ଡ଼ା. ଦେବେନ୍ଦ୍ର ନାଥ ତରେଇ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଆଠ ସାହି ଆଖଡ଼ା ମିଳିତ ସମନ୍ୱୟ ସମିତିର ସମ୍ପାଦକ ତଳୁଛ ନୀଳକଣ୍ଠ ମହାପାତ୍ର, ସଭାପତି ରବୀନ୍ଦ୍ରନାଥ ସେନାପତି ଓ ଆଠ ସାହି ଆଖଡ଼ାର ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ l ଶ୍ରୀଜଗନ୍ନାଥ ସଂସ୍କୃତିର ନୀତିକାନ୍ତି ସହିତ ରାମଲୀଳା ଓ କୃଷ୍ଣଲୀଳା ଅଙ୍ଗାଙ୍ଗୀଭାବେ ଜଡିତ ଅଛି ବୋଲି ମନ୍ତ୍ରୀ ମହୋଦୟ ପ୍ରକାଶ କରିଥିଲେ l ସମସ୍ତ ସାହି ମୁକ୍ତାକାଶ ରଙ୍ଗମଞ୍ଚରେ ପରିଣତ ହୋଇଯାଏ l ଇତିହାସରୁ ଯାହା ଜଣାଯାଏ ଶ୍ରୀ ଜଗନ୍ନାଥ ସଂସ୍କୃତି ଯେତିକି ପୁରାତନ ସାହିଯାତ ସେତିକି ପୁରାତନ l ଯାହାର ପ୍ରଚାର ଓ ପ୍ରସାର ବହୁମାତ୍ରାରେ ହୋଇପାରିନାହିଁ l ପ୍ରଚାର ଓ ପ୍ରସାର ଅତ୍ୟଧିକ ମାତ୍ରାରେ ହେଲେ ବିଭିନ୍ନ କ୍ଷେତ୍ରରୁ ଲୋକ ଏଠାକୁ ଆସିବେ ଏବଂ ଏହି ଲୋକକଳାର ଆନନ୍ଦ ଉଠାଇ ପାରିବେ l ଏହାର ପ୍ରକୃତ ତଥ୍ୟ ମନ୍ଦିରର ନୀତିକାନ୍ତି ସହିତ କିପରି ଜଡିତ ତାହା ଜାଣିପାରିବେ l ଯେମିତି ରାମଲୀଳା ସମୟରେ ରାମ ଜଗନ୍ନାଥ ବଲ୍ଲଭ ମଠ ଯାଆନ୍ତି, ତାଙ୍କ ସମ୍ମୁଖରେ ସୀତା ବିବାହର ନୀତି, ରାବଣର ବଦ୍ଧ ନୀତି ଯାହା ରାମାୟଣର କୃତ୍ୟ ଅଛି ସବୁ କରାଯାଇଥାଏ l ଠିକ ସେମିତି କୃଷ୍ଣ ଜନ୍ମ ସମୟରେ କୃଷ୍ଣଙ୍କର କୃତ୍ୟ ମଧ୍ୟ କରାଯାଏ l
ତେବେ ସାହିଯାତ ପାଇଁ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଉତ୍ସବର ପ୍ରଚାର ପ୍ରସାର ନିମନ୍ତେ ମାନ୍ୟବର ମନ୍ତ୍ରୀ ୧୬ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି, ଯାହାର ମଧ୍ୟରୁ ୮ ଲକ୍ଷ ବେଶ ପୋଷାକ ପାଇଁ ଏବଂ ୮ ଲକ୍ଷ ପ୍ରୋତ୍ସାହନ ରାଶି ଭାବେ ବିନିଯୋଗ କରାଯିବ। ସାହିଯାତକୁ ଦେଶ ଓ ବିଦେଶରେ ଅଧିକ ପ୍ରଚାର କରିବା ପାଇଁ ମାନ୍ୟବର ସାଂସଦ, ପୁରୀ ମତ ପ୍ରକାଶ କରିଥିଲେ l
ଏହି ବୈଠକ ଅବସରରେ ମୁଖ୍ୟ ଅତିଥିମାନଙ୍କ ସହ ବିଶ୍ୱଜିତ ସେନାପତି, ନରେନ୍ଦ୍ର ମହାନ୍ତି, ରବି ନାରାୟଣ ଦାଶ, ଶ୍ୟାମ ସୁନ୍ଦର ମହାପାତ୍ର, ଗଣେଶ୍ୱର ମହାସୁଆର, ଜିତେନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ଦାଶ, ଜୟନ୍ତ କୁମାର ଦାଶ, ହରୀ ମହାପାତ୍ର ଏବଂ ଗୁରୁ ଚରଣ ପଣ୍ଡା ଉପସ୍ଥିତ ଥିଲେ।
