ଆୟୁର୍ବେଦ ସଂଜୀବନୀ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ Ommtv Kalinga Vikas
ଆୟୁର୍ବେଦ ସଂଜୀବନୀ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ Ommtv Kalinga Vikas
ଆୟୁର୍ବେଦ ସଂଜୀବନୀ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ Ommtv Kalinga Vikas
ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ବଡାମକୁରାଡୀ ଗାଁରେ ସ୍ଥାନୀୟ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ କବିରାଜୀ ଚିକିତ୍ସା ଯୋଗାଇଦେବା ପାଇଁ ଆୟୁର୍ବେଦ ସଂଜୀବନୀ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏଥିରେ ବାମନଘାଟୀ କାଶୀରାଜ ବୈଦ୍ୟସଂଘର ଉପଦେଷ୍ଟା ଅଧ୍ୟାପକ ଲଳିତ ମହାନ୍ତ, ସଂଘର ସଭାପତି ସଂଜୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ ନୀଳୟ ମହାକୁଡ ଓ ବୈଦ୍ୟ ତାପସ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇବାର ପରିକଳ୍ପନା ଓ ପ୍ରୟାସରେ ଏହା ଉତ୍ସର୍ଗୀକୃତ ଭାବେ କାର୍ଯ୍ୟକରିବ ବୋଲି ମତବ୍ୟକ୍ତ କରିଥିଲେ। ଅଭିଜ୍ଞ ଅନୁଭୂତି ସମ୍ପନ୍ନ ବୈଦ୍ୟ ଲଳିତ ମୋହନ ମହାନ୍ତ ପାରମ୍ପାରିକ ଜଡିବୁଟି ଚିକିତ୍ସା ରୋଗୀର ପରିସ୍ରା ଦେଖି ପ୍ରତ୍ୟେକ ଦିନ ସକାଳ ୮ଟାରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ସେବା ଯୋଗାଇବେ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନମୋହନ ମହାନ୍ତ ଓ ସେକ୍ ତାଜରୁଦ୍ଦିନ୍, ରୋଗୀମାନେ ସହରକୁ ନ ଯାଇ ଖର୍ଚ୍ଚାନ୍ତ ନ ହୋଇ ଅଳ୍ପଖର୍ଚ୍ଚରେ ଏଠାରେ ଚିକିତ୍ସିତ ହୋଇ ରୋଗମୁକ୍ତ ହେବେ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ମୀନାକ୍ଷି ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ମୟୂରଭଞ୍ଜ ଯଶିପୁରରୁ ନିହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି କଳିଙ୍ଗ ବିକାଶ ନ୍ୟଜ୍
