ରାଇରଙ୍ଗପୁର ଏସ୍ ଏସ୍ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ:Ommtv Kalingavikas
ରାଇରଙ୍ଗପୁର ଏସ୍ ଏସ୍ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ:Ommtv Kalingavikas
ରାଇରଙ୍ଗପୁର ଏସ୍ ଏସ୍ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ:Ommtv Kalingavikas

ରାଇରଙ୍ଗପୁର:ରାଇରଙ୍ଗପୁର ପୋୖର ପାଳିକା ଅନ୍ତର୍ଭୁକ୍ତ ସ୍ଥାନୀୟ ମହୁଲଡିହାସ୍ଥିତ ଏସ୍ ଏସ୍ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବନ ମହୋତ୍ସବ ସପ୍ତାହ ପାଳନର ଶେଷ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଳୟା ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନର ବାର୍ତ୍ତା 'ଏକ ପେଡ଼ ମା କେ ନାମ' ସଂକଳ୍ପ କରି ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ କହିଥିଲେ।ମୁଖ୍ୟବକ୍ତା ପରିବେଶବିତ୍ ସ୍ତମ୍ଭକାର ଲଳିତ ମହାନ୍ତ ବିଶ୍ୱ ତାପାୟନ,ଅନିୟନ୍ତ୍ରିତ ପାଣିପାଗ ଓ ଅସନ୍ତୁଳିତ ପରିବେଶକୁ ଧ୍ଵଂସ ମୁହଁରୁ ରକ୍ଷା କରିବା ପାଇଁ ହେଲେ ଏକ ମାତ୍ର ବିକଳ୍ପ ବ୍ୟାପକ ଭାବେ ବୃକ୍ଷ ରୋପଣ କରି ସବୁଜ ବନୀକରଣ କରାଯିବା ଆବଶ୍ୟକ ବୋଲି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନୀୟ ଅତିଥି ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ଏସ ଏମ୍ ଏସ ତ୍ରିଲୋଚନ ରାୟ,ବନାଞ୍ଚଳର ସଂଯୋଜକ ରଶ୍ମିରଞ୍ଜନ ମହାନ୍ତ,ବନପାଳ ବିପିନ ଚନ୍ଦ୍ର ବେହେରା ଓ ହିସାବରକ୍ଷକ ଅର୍ଚ୍ଚନା କୁମାରୀ ପ୍ରମୁଖ ପରିବେଶକୁ ସଜାଡ଼ିବାକୁ ହେଲେ ବୃକ୍ଷ ବଞ୍ଚାଇବା ନିହାତି ଜରୁରୀ ବୋଲି କହିଥିଲେ।ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଇକୋ କ୍ଲବ ପ୍ରମୁଖ ସରସ୍ୱତୀ ମହଲା ସଭା ପରିଚାଳନା କରିଥିଲେ।ବନାଞ୍ଚଳର ବନପାଳ ମେନକା ନାଏକ,ବନରକ୍ଷୀ ଦୁଷ୍ମନ୍ତ ଦାସ,ରାମଦାସ ମାଝୀ, ସୁଭଦ୍ରା ପାତ୍ର ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀ ହେମଲତା ମହାନ୍ତ,ରଶ୍ମିବତୀ ମୁର୍ମୁ,ପୁଷ୍ପିତା ରାଉତ,ପ୍ରଭାସିନୀ ସେଠି,ଶିକ୍ଷକ ହରପ୍ରସାଦ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଶିକ୍ଷକ ଗୁରୁପ୍ରସାଦ ମହାକୁଡ଼ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷୟିତ୍ରୀ ସାଗରିକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବୃକ୍ଷରୋପଣ ସଚେତନତା ସୃଷ୍ଟି ଲାଗି ଏକ ଶୋଭାଯାତ୍ରାରେ ଛାତ୍ରୀମାନେ ସ୍ଲୋଗାନ୍ ଦେଇଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
