ଏକତାଳୀଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଚାରା ବଣ୍ଟନ:Ommtv Kalingavikas
ଏକତାଳୀଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଚାରା ବଣ୍ଟନ:Ommtv Kalingavikas
ଏକତାଳୀଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଚାରା ବଣ୍ଟନ:Ommtv Kalingavika

ଯଶିପୁର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଦୁଧିଆଣୀ ରେଂଜ୍ ଅଧୀନସ୍ଥ ଏକତାଳୀ ସେକ୍ସନ୍ର ଅସ୍ଥାୟୀ ନର୍ସରୀଠାରେ ରେଂଜ୍ ଅଫିସର ମହାବୀର ସିଂ ମୁର୍ମୁଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଫରେଷ୍ଟର ଯତିନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍ ଷ୍ଟାଣ୍ଡିଙ୍ଗ୍ କମିଟିର ସଦସ୍ୟ ଇଂ ସତ୍ୟନାରାୟଣ ମାଝୀ ଯୋଗଦେଇ ଚାରାବଣ୍ଟନ କରି ହିତାଧିକାରୀମାନଙ୍କୁ ସଠିକ୍ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଚାରାରୋପଣ ଆବଶ୍ୟକତା ଓ ଗୁରୁତ୍ବ ଉପରେ ଆଲୋକପାତ କରି ଏକତାଳୀ ଅଂଚଳରେ ସବୁଜ ବଳୟକୁ ଉଜ୍ଜୀବିତ କରିବାକୁ ଆହ୍ବାନ ଦେଇଥିଲେ।ଏଥିରେ ଅନ୍ୟମାନଙ୍କର ମଧ୍ୟରେ କଲେଇତୁମ୍ବା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ,ୱାର୍ଡ୍ସଭ୍ୟା ରୁନୁ ମହାନ୍ତ,ସମାଜସେବୀ ଡାଃ ଦୁଃଖବନ୍ଧୁ ମହାନ୍ତ ପ୍ରମୁଖ ଯୋଗଦେଇ ଉପସ୍ଥିତ ସ୍ଥାନୀୟ ଅଂଚଳବାସୀଙ୍କୁ ଚାରା ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମକୁ ବନରକ୍ଷୀ ଗୁରୁସଦୟ ପ୍ରଭାତ ରଂଜନ ଦାସ, ସଂଯୁକ୍ତା ନାୟକଙ୍କ ସମେତ ସବୁଜ ବାହିନୀଗଣ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଚାରାବଣ୍ଟନ କାର୍ଯ୍ୟକ୍ରମ ଚଳିତ ଦୁଇମାସ ଧରି ଚାଲିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ମୟୂରଭଞ୍ଜ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
