କିସରେ ଜନଜାତୀୟ ଗୌରବ ଦିବସ ଓ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ :Ommtv Kalinga Vikas

ନଭେମ୍ବର ୧୫ ତାରିଖକୁ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବା ବେଳେ କିସ ବିଶ୍ୱବିଦ୍ୟାଳୟ ପରିସରରରେ ଏହି ମହାନ୍ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ପ୍ରଶାନ୍ତ ରାଉତରାୟ, କିଟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

କିସ ପରିସରରେ ଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଉପରେ ସୂଚନା ଦେଇ ଅତିଥିମାନେ ତାଙ୍କର ସାହସ, ତ୍ୟାଗ, ଦେଶ ଓ ରାଜ୍ୟ ପ୍ରତି ସମର୍ପଣ ତଥା ବ୍ରିଟିଶ ଶାସନ ସମୟରେ ସେ ଯେଉଁ ସ୍ୱାଧୀନ ଚେତନା ଓ ସାମାଜିକ ସଂସ୍କାରର ବାର୍ତ୍ତା ଦେଇଥିଲେ, ତାହା ଚିର ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ କହିଥିଲେ। ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସ୍ୱପ୍ନର ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ।