ମଧୁର ସ୍ମୃତି ନେଇ ଫେରିଲେ କ୍ୟୁନି ଇଣ୍ଡିଆ ଟ୍ରେକ୍‍ ପ୍ରତିନିଧିମଣ୍ଡଳ:Ommtv Kalinga Vikas

ମଧୁର ସ୍ମୃତି ନେଇ ଫେରିଲେ କ୍ୟୁନି ଇଣ୍ଡିଆ ଟ୍ରେକ୍‍ ପ୍ରତିନିଧିମଣ୍ଡଳ:Ommtv Kalinga Vikas

ମଧୁର ସ୍ମୃତି ନେଇ ଫେରିଲେ କ୍ୟୁନି ଇଣ୍ଡିଆ ଟ୍ରେକ୍‍ ପ୍ରତିନିଧିମଣ୍ଡଳ:Ommtv Kalinga Vikas

ମଧୁର ସ୍ମୃତି ନେଇ ଫେରିଲେ କ୍ୟୁନି ଇଣ୍ଡିଆ ଟ୍ରେକ୍‍ ପ୍ରତିନିଧିମଣ୍ଡଳ:Ommtv Kalinga Vikas

ଭୁବନେଶ୍ୱର, ୮ ।୮: ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟର ୨୬ ଜଣିଆ ଛାତ୍ର-ଅଧ୍ୟାପକ ପ୍ରତିନିଧିମଣ୍ଡଳ ଅଗଷ୍ଟ ୪ତାରିଖରୁ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଆଜି ଫେରିଯାଇଛନ୍ତି। ଏହି ପ୍ରତିନିଧି ଦଳରେ କ୍ୟୁନି ବିଶ୍ୱବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଓ ୬ଜଣ ଅଧ୍ୟାପକ ଅଧ୍ୟାପିକା ସାମିଲ୍‍ ଥିଲେ। ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍‍ ଅଫ୍‍ କ୍ୟୁନି (ଏଏସ୍‍ଆଇଆଇସି)’ ମାଧ୍ୟମରେ ଏହି ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ। ସେମାନେ କିଟ୍‍ ଓ କିସରେ ସପ୍ତାହ ବ୍ୟାପୀ ରହିବା ସହ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍କୁଲ୍‍ ବୁଲି ଦେଖିବା ସହ ଏଠାରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଏଠାକାର ଛାତ୍ର ଓ ଅଧ୍ୟାପକଙ୍କ ଭାବ ବିନିମୟ କରିଥିଲେ। ସେହିପରି ସେମାନେ କିସ୍‍ ପରିଦର୍ଶନରେ ଯାଇ କିସ୍‍ର ବିଭିନ୍ନ ବିଭାଗ ବୁଲିବା ସହ ଶିକ୍ଷା ମାଧ୍ୟମରେ ଜନଜାତି ପିଲାମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଅଣାଯାଇପାରୁଛି ତାହା ପ୍ରତ୍ୟକ୍ଷ କରିଥିଲେ।

ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସେମାନଙ୍କ ଅନୁଭୂତି ବଖାଣି ଥିଲେ। ଶ୍ରୀ ସାମନ୍ତ କିଟ୍‍ ଓ କିସ୍‍ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ଶ୍ରୀ ସାମନ୍ତ ପରାମର୍ଶ ଦେଇ କହିଲେ, ଜୀବନରେ ଯେଉଁଠି ଯେଉଁ କ୍ଷେତ୍ରରେ ଥାଅ ନିଜକୁ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କର। କିଟ୍‍ ଓ କିସରେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ସେମାନେ କହିଥିଲେ, ଏଠାରେ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲିବା ସହ ଛାତ୍ରଛାତ୍ରୀଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଏକ ଅନନ୍ୟ ଅନୁଭୂତି। ଏହି ଅବସରରେ ସେମାନେ ପୁରୀ ଓ କୋଣାର୍କ ଭଳି ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିବାର ସୁଯୋଗ ପାଇଥିଲେ। ଓଡ଼ିଶାରେ ରହି ଓଡ଼ିଆ ପୋଷାକ ପିନ୍ଧିବା ସହ ଓଡ଼ିଆ ଖାଦ୍ୟର ମଧ୍ୟ ମଜା ନେଇଥିଲେ। ଫେରିବା ସମୟରେ ଓଡ଼ିଶାରୁ ବିଶେଷ କରି କିଟ୍‍ ଓ କିସ୍‍ରୁ ମଧୁର ଅନୁଭୂତି ନେଇ ଫେରିଥିବା ସେମାନେ ପ୍ରକାଶ କରିଥିଲେ। ଆମେରିକାରୁ ଆସିଥିବା ଏହି ପ୍ରତିନିଧିମଣ୍ଡଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ୯ଟି ବିଭିନ୍ନ ପର୍ଯ୍ୟାୟରେ ଇଣ୍ଡିଆ ଟ୍ରେକ୍‍ କାର୍ଯ୍ୟକ୍ରମରେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଲଂଲଣ୍ଡର ଅକ୍‍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆଦି ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୨ଶହରୁ ଊର୍ଦ୍ଧ୍ୱ ଛାତ୍ର-ଶିକ୍ଷକ ପ୍ରତିନିଧି କିଟ୍‍ ଓ କିସ୍‍ ପରିଦର୍ଶନ କରିସାରିଲେଣି।