ପୁଣି ଜିଲ୍ଲା ପ୍ରଶାସନ ଉପହାସ କଲେ ଲାଞ୍ଜିଗଡ ୦୬ ଗୋଟି ପଞ୍ଚାୟତବାସୀଙ୍କୁ 

ପୁଣି ଜିଲ୍ଲା ପ୍ରଶାସନ ଉପହାସ କଲେ ଲାଞ୍ଜିଗଡ ୦୬ ଗୋଟି ପଞ୍ଚାୟତବାସୀଙ୍କୁ 

ପୁଣି ଜିଲ୍ଲା ପ୍ରଶାସନ ଉପହାସ କଲେ ଲାଞ୍ଜିଗଡ ୦୬ ଗୋଟି ପଞ୍ଚାୟତବାସୀଙ୍କୁ 

ପୁଣି ଜିଲ୍ଲା ପ୍ରଶାସନ ଉପହାସ କଲେ ଲାଞ୍ଜିଗଡ ୦୬ ଗୋଟି ପଞ୍ଚାୟତବାସୀଙ୍କୁ 

 ତହସିଲଦାର କIର୍ଯ୍ୟାଳୟ କଲେ ଘେରୋଉ I

କଳାହାଣ୍ଡି ଜିଲ୍ଲା,୦୩/୦୨ (କଳିଙ୍ଗ ବିକାଶ) ଜିଲ୍ଲା ପ୍ରତିନିଧି ଙ୍କ ଲାଞ୍ଜିଗଡ ରିପୋର୍ଟ :- ଲାଞ୍ଜିଗଡ ନାମରେ ଆସିଥିବା ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ବିଶ୍ୱନାଥପୁର ଠାରେ ସ୍ଥାପନା କରିବାକୁ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତିକୁ ଲାଞ୍ଜିଗଡ ୦୬ ଗୋଟି ପଞ୍ଚାୟତବାସୀ ବିରୋଧ କରି ତହସିଲଦାରଙ୍କ କାର୍ଯ୍ୟାଳୟକୁ ଗତକାଲି ବା ସୋମବାର ଦିନ ୦୨/୦୨/୨୦୨୬ ତାରିଖରେ ସକାଳ ୧୦ ଘଣ୍ଟା ସମୟରୁ ଠାରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଘେରାଉ କରିଥିଲେ I ସୂଚନାଯୋଗ୍ୟଯେ ସୋମବାର ୦୨/୦୨/୨୦୨୬ ତାରିଖ ଦିନ ଲାଞ୍ଜିଗଡ ଠାରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ଉଦଘାଟନ ପାଇଁ ଚଳିତ ବର୍ଷ ଜାନୁଆରୀ ମାସ ୨୧/୦୧/୨୦୨୬ ତାରିଖ ବୁଧବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଥିଲା,ଓଡିଶାର ଯଉ କିଛି ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ଘୋଷଣା ହୋଇଥିଲା ସେଥି ମଧ୍ୟରେ ସରକାରୀ ଚିଠିରେ ତତ ମଧ୍ୟରେ ଲାଞ୍ଜିଗଡଠାରେ ହେବା ନେଇ ସବରେଜିଷ୍ଟ୍ରIର କାର୍ଯ୍ୟIଳୟ ହେବବୋଲି ସେହି ବିଜ୍ଞପ୍ତି ଚିଠିରେ ଉଲେଖିତ ହୋଇଥିଲା I ଏଥି ପାଇଁ ଲାଞ୍ଜିଗଡରେ କାର୍ଯ୍ୟାଳୟ ସବରେଜିଷ୍ଟ୍ରIର ଖୋଲିବ ବୋଲି ସମସ୍ତ ବନ୍ଧବସ୍ତ ହୋଇଥିଲା,କିନ୍ତୁ ଜାନୁଆରୀ ମାସ ୩୧ ତାରିଖ ଶନିବାର ଦିନ ଲାଞ୍ଜିଗଡ ତହସିଲଦାରଙ୍କ କାର୍ଯ୍ୟାଳୟରେ ଭବାନୀପାଟଣା ଉପଜିଲ୍ଲାପାଳ ଓ ଲାଞ୍ଜିଗଡ ତହସିଲଦାରଙ୍କ ଉପସ୍ଥିତରେ ବହୁ କଥାବାର୍ତ୍ତା ସାରିବା ପରେ ଲାଞ୍ଜିଗଡ଼ ପରିବର୍ତ୍ତେ ବିଶ୍ଵନାଥପୁର ଠାରେ ଉଦଘାଟନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଏକତରଫା ପ୍ରସ୍ତାବ ରଖିଥିଲେ I ଏହି କଥା ଶୁଣି ଲାଞ୍ଜିଗଡର ୦୬ ଗୋଟି ପଞ୍ଚାୟତବାସୀ ଜୀର୍ଣ୍ଣ କରି ପରି ନଥିଲେ, କିନ୍ତୁ ଲାଞ୍ଜିଗଡ ନାମରେ ଲାଞ୍ଜିଗଡ ଠିକଣାରେ ଆସିଥିବା ସବରେଜିଷ୍ଟ୍ରIର କାର୍ଯ୍ୟାଳୟକୁ ନାମ ବଦଳାଇ ବିଶ୍ଵନାଥପୁର ଠାରେ ଉଦଘାଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ସୋମବାର ଦିନ ଜାରି ହୋଇଥିଲା I ସରକାରଙ୍କ ଓ ଜିଲ୍ଲା ପ୍ରଶାସନର ଏହI ଲାଞ୍ଜିଗଡକୁ ଉପହାସ ତା ଅର୍ଥ ହେଲା ପ୍ରଥମେ ୨୧ ତାରିଖରେ ଲାଞ୍ଜିଗଡ ନାମ ଠିକଣାରେ ବିଜ୍ଞପ୍ତି ଜାରି କରିଦେଲେ, ତାପରେ ପୁଣି ତାରି ଦଶ ଦିନ ପରେ ୩୧ ତାରିଖ ଶନିବାର ଦିନ ଲାଞ୍ଜିଗଡ ନାମ କାଟି ବିଶ୍ଵନାଥପୁର ନାମରେ କରିଦେଲେ ସରକାର ଓ ଜିଲ୍ଲା ପ୍ରଶାସନ ଲାଞ୍ଜିଗଡବାସୀ ଉପହାସ ବ୍ୟବହାର କରୁଛନ୍ତି I ତେଣୁକରି ଗତକାଲି ଲାଞ୍ଜିଗଡରୁ ୧୦ ଜଣିଆଦଳଆ ଯାଇ ଓଡିଶା ସରକାରଙ୍କ ବିରୋଧରେ ହଇକୋର୍ଟର ଦ୍ୱାରସ୍ତ ହେବା ସଙ୍ଗେସଙ୍ଗେ ସମ୍ପୂର୍ଣ ଭାବେ ବିରୋଧ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଶୁଣେଇଛନ୍ତି I ଅଘକୁ ଥିବା ପଞ୍ଚାୟତ ନିର୍ବାଚନରେ ୦୬ ଗୋଟି ପଞ୍ଚାୟତ ସଙ୍ଗେସଙ୍ଗେ ଅନ୍ୟ କିଛି ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି I ଯଦି ବିଶ୍ୱନାଥପୁର ଠାରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ହେବ ତେବେହେଲେ ଲାଞ୍ଜିଗଡ ଅଞ୍ଚଳବାସୀ ଆଗାମୀ ଭବିଷ୍ୟତରେ ବହୁତ ବଡ଼ ଆନ୍ଦୋଳନ କରିବାକୁ ଛ ଗୋଟି ପଞ୍ଚାୟତବାସୀ ରାଜ ରାସ୍ତାକୁ ଉଲ୍ହାଇ ଆସିବେ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ ତାହାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଆମ ଆଘରେ ପରି ପ୍ରକାଶ କରିଛନ୍ତି I ଏନେଇ ଲାଞ୍ଜିଗଡ ତହସିଲଦାରଙ୍କୁ ପଚାରିବାରୁ ସେ ଆମ ଆଘରେ ପ୍ରକାଶ କରିଥିଲେଯେ ଆଜି ପୁଣି ଲାଞ୍ଜିଗଡ ବଦଳରେ ବିଶ୍ୱନାଥପୁର ଠାରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ସ୍ଥାପନା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି,ଉଦଘାଟନ ସୋମବାର ୦୨/୦୨/୨୦୨୬ ତାରିଖ ଦିନ ରହିଥିବ ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ଘୁଞ୍ଚେଇ ଦିଆଯାଇଛ I ପୁଣି ଆମେ ତହସିଲଦାରଙ୍କୁ ପ୍ରଶ୍ନ ପଚାରିବାରୁ ସେ କହିଲେ କେବେ ଆଉ କେଉଁଠାରେ ଉଦଘାଟନ ହେବ ବର୍ତ୍ତମାନ ପର୍ଯ୍ୟନ୍ତ ମୋରି ପାଖରେ ଖବର ବା ପ୍ରଶାସନିକ ଭାବେ ସରକାରୀ ଚିଠି ଆସି ନାହିଁ ବୋଲି ପରିପ୍ରକାଶ କରିଛନ୍ତି I