ଧରିତ୍ରୀ କନ୍‌କ୍ଲେଭ-୨୦୨୫ : Ommtv Kalinga Vikas

ଧରିତ୍ରୀ କନ୍‌କ୍ଲେଭ-୨୦୨୫ : Ommtv Kalinga Vikas

ଧରିତ୍ରୀ କନ୍‌କ୍ଲେଭ-୨୦୨୫ : Ommtv Kalinga Vikas

ଧରିତ୍ରୀ କନ୍‌କ୍ଲେଭ-୨୦୨୫ : Ommtv Kalinga Vikas

‘ଜଳବାୟୁ ପରିବର୍ତ୍ତନ ସଙ୍କଟ ଆମେ ତିଆରି କରିଛୁ’

ଭୁବନେଶ୍ୱର, ୨୪।୧୧ (କଳିଙ୍ଗ ବିକାଶ)- ଆମେ ସମସ୍ତେ ଏବେ ଜଳବାୟୁ ପରିବର୍ତ୍ତନ ଭଳି ଏକ ବିରାଟ ସଙ୍କଟ ଦେଇ ଗତି କରୁଛୁ। ଏହି ସଙ୍କଟକୁ ଆମେ ନିଜେ ହିଁ ତିଆରି କରିଛୁ। ତେବେ ସମ୍ପୂର୍ଣ୍ଣ ମାନବ ସମାଜ ଏକାଠି ହୋଇ ଏହାର ସମାଧାନର ବାଟ ଖୋଜିବା ବର୍ତ୍ତମାନର ସବୁଠାରୁ ବଡ ଆହ୍ବାନ ପାଲଟିଛି। ଆମର ବର୍ତ୍ତମାନର ବିକାଶ ମଡେଲଗୁଡିକ କେବଳ ସଙ୍କଟକୁ ଅଧିକ ଗଭୀର କରି ଚାଲିଛି ଏବଂ ଅଧିକରୁ ଅଧିକ ପରିବେଶଗତ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ବୋଲି ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ସ୍‌ାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ)ର ମହାନିର୍ଦ୍ଦେଶକ ତଥା ‘ଡାଉନ୍‌ ଟୁ ଆର୍ଥ’ର ସମ୍ପାଦକ ପଦ୍ମଶ୍ରୀ ସୁନୀତା ନାରାୟଣ କହିଛନ୍ତି। ସୋମବାର ‘ଧରିତ୍ରୀ’ର ୫୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ବସ୍ତିପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ପଞ୍ଚମ ସଂସ୍କରଣ ‘କ୍ଲାଇମେଟ୍‌ ଚେଞ୍ଜ: ଫାଇଣ୍ଡିଂ ସଲ୍ୟୁସନ’ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି। 

ଏହି ଅବସରରେ ଝାଡଖଣ୍ଡର ପରିବେଶବିତ୍‌ ପଦ୍ମଶ୍ରୀ ଚାମୀ ର୍ମୁମୁଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ପୁରସ୍କାରର ପ୍ରତି ଉତ୍ତରରେ ଚାମୀ ନିଜର ୩୮ବର୍ଷର ସଂଘର୍ଷମୟ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେହିପରି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ବିକାଶ ସାଥୀ, ସବୁଜ ସଂକଳ୍ପ ଏବଂ ବ୍ୟକ୍ତିଗତ ସ୍ତରରେ ଦୀପାରାଣୀ ନାୟକ, ବାପି ଗୋଚ୍ଛାୟତଙ୍କୁ ‘କ୍ଲାଇମେଟ୍‌ ଗ୍ରାଣ୍ଟ’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ ଯୋଗଦେଇ କହିଲେ, ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲେ ହେଁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଆଗେଇ ଆସୁଛନ୍ତି। ସେହିପରି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ପ୍ରୟାସକୁ ଡ. ଫ୍ଲେମିଙ୍ଗ୍‌ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ବନ୍ୟପ୍ରାଣୀ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଯୋଗଦେଇ ଆମକୁ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଆଗେଇ ଆସିବା ଉଚିତ୍‌ ବୋଲି କହିଥିଲେ। ଏଥିସହିତ ଗ୍ରେଟ୍‌ର ଆଡ୍‌ଜୁଟାଣ୍ଟ ଷ୍ଟୋର୍କ (ସ୍ଥାନୀୟ ଭାଷାରେ ‘ହର୍ଗିଲା’ ପକ୍ଷୀ ଭାବେ ଜଣାଶୁଣା)ର ସଂରକ୍ଷଣ ଆରମ୍ଭ ସମୟରେ ତାଙ୍କୁ କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ। ‘ହର୍ଗିଲା’ ପକ୍ଷୀକୁ ପ୍ରଥମେ ଅଶୁଭ ଭାବେ ବିବେଚନା କରାଯାଉଥିଲା। ଏପରିକି ପକ୍ଷୀମାନେ ଯେଉଁ ଗଛରେ ରହିବା ପାଇଁ ଚେଷ୍ଟା କରୁଥିଲେ ଲୋକମାନେ ସେହି ଗଛକୁ କାଟି ଦେଉଥିଲେ। ୨୦୦୭ ମସିହାରେ ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ମୁଁ ଅଣ୍ଟା ଭିଡିଥିଲି। ତେବେ ହର୍ଗିଲା ଭଳି ଅଣଦେଖା କରାଯାଉଥିବା ଅନ୍ୟ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ପୂର୍ଣ୍ଣିମା କହିଥିଲେ। 

ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥି ସ୍ବାଗତ ଭାଷଣ ଦେଇ କହିଲେ, ‘କ୍ଲାଇମେଣ୍ଟ ଗ୍ରାଣ୍ଟ’ ପ୍ରୟାସ ତୃଣମୂଳସ୍ତରରେ ପରିବେଶ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ ଦେବା, ସେମାନଙ୍କୁ ତାଙ୍କ ସମୁଦାୟରେ ଯଥୋଚିତ ସ୍ବୀକୃତି ଦେବା ପାଇଁ ଆରମ୍ଭ କରାଯାଇଛି। ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଲେ, ଗତ ୮ବର୍ଷ ହେବ ‘ଧରିତ୍ରୀ’ ଓ ‘ଓଡିଶା ପୋଷ୍ଟ’ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଛି। ସେହିପରି ପ୍ରତ୍ୟେକ ଲୋକ ଚାହିଁଲେ ପରିବେଶ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବେ। ମରିବା ବେଳେ ଆମେ କିଛି ନେବାନି ମାତ୍ର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା, ଯାହାକି ଆଗାମୀ ପିଢିକୁ ସାହାଯ୍ୟ କରିବ ବୋଲି ତଥାଗତ କହିଥିଲେ। 

ପରେ ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ୍ସପର୍ଟମାନଙ୍କୁ ନେଇ ଏକ ପ୍ୟାନେଲ ଡିସ୍‌କସ୍‌ନ ହୋଇଥିଲା। ଶେଷରେ ପ୍ରସିଦ୍ଧ ସଙ୍ଗୀତ କଳାକାର ରାହଗିରଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କରାଯାଇଥିଲା।