"ନିୟମଗିରୀ ସୁରକ୍ଷା ସମିତି"ଜଳ,ଜମି,ଜଙ୍ଗଲକୁ ସୁରକ୍ଷା ନେଇ ଲାଞ୍ଜିଗଡ ଠାରେ କଲା ଗର୍ଜନ :Ommtv Kalingavikas

"ନିୟମଗିରୀ ସୁରକ୍ଷା ସମିତି"ଜଳ,ଜମି,ଜଙ୍ଗଲକୁ ସୁରକ୍ଷା ନେଇ ଲାଞ୍ଜିଗଡ ଠାରେ କଲା ଗର୍ଜନ :Ommtv Kalingavikas

"ନିୟମଗିରୀ ସୁରକ୍ଷା ସମିତି"ଜଳ,ଜମି,ଜଙ୍ଗଲକୁ ସୁରକ୍ଷା ନେଇ ଲାଞ୍ଜିଗଡ ଠାରେ କଲା ଗର୍ଜନ :Ommtv Kalingavikas

"ନିୟମଗିରୀ ସୁରକ୍ଷା ସମିତି"ଜଳ,ଜମି,ଜଙ୍ଗଲକୁ ସୁରକ୍ଷା ନେଇ ଲାଞ୍ଜିଗଡ ଠାରେ କଲା ଗର୍ଜନ :Ommtv Kalingavikas

କଳାହାଣ୍ଡି ଜିଲ୍ଲା, ୧୨/୧୦ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଠାରେ ଆଜି ଦିନ ୧୨ ଘଣ୍ଟା ସମୟରେ "ନିୟମଗିରି ସୁରକ୍ଷା ସମିତି" ବିରାଟ ଶୋଭାଯାତ୍ରାରେ ନିୟମଗିରିର ସହସହ ଡ଼ଙ୍ଗରିଆ ଆଦିବାସୀ ଭାଇ ଓ ଭୋଉଣୀମାନେ"ନିୟମଗିରୀ ସୁରକ୍ଷା ସମିତି" ସଭାପତି ଲଦ ଶିକକାଙ୍କ ନେତୃତ୍ୱରେ ଜଗନ୍ନାଥ ପୁର ଠାରୁ ଶୋଭାଯାତ୍ରାରେ ଆସି ଲାଞ୍ଜିଗଡ ହାଇସ୍କୁଲ ପଡିଆରେ ସଭା କରଥିଲେ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହିତ ତୁଲାଇବା ପାଇଁ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର,କେସିଙ୍ଗା ଏସ୍ଡ଼ିପିଓ ସନ୍ଦୀପ କୁମାର ମାଝୀ ଲାଞ୍ଜିଗଡ ଥାନ ଆଇଆଇସି ଯଶବନ୍ତ ହିଆଲ,କେସିଙ୍ଗା ଥାନା ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳ,ଲାଞ୍ଜିଗଡ ଏସ ଆଇ ଡୋଳIମଣୀ ବିଶି ସମସ୍ତେ ଉପସ୍ଥତ ରହି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତୁଲାଇ ଥିଲେ I "ନିୟମଗିରି ସୁରକ୍ଷା ସମିତି" ସଭାପତି କହିବା କଥାଯେ ଏହି ରାଲି କରିବା ମୁଖ୍ୟ ଉଦେଶ୍ୟ ହେଲା ବେଦାନ୍ତ କମ୍ପାନୀକୁ ପୁଣି ଥରେ ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ହେଉ କଞ୍ଚାମାଲ ବକ୍ସIଇଡ଼ ଉତ୍ତଳନ ପାଇଁ ନିୟମଗିରୀ ଠାରେ ପୁଣି ଗ୍ରାମସଭା ନ କରାଯାଉ I ଯଦିଓ ସରକାର କାଲି ଦି ପ୍ରହରରେ ଗ୍ରାମସଭା କରି ବେଦାନ୍ତକୁ ନିୟମଗିରୀ ଖଣିକୁ ଦିଆଯାଏ ତେବେ ହେଲେ ଯେଉଁ ଆଦିବାସୀମାନେ ପୁରାତନ କାଳରୁ ନିୟମଗିରୀ ପର୍ବତରେ ବସବାସ କରି ଆସୁଛନ୍ତି I ସେମାନଙ୍କ ଜୀବନ ଜୀବିକା ଉପରେ ବହୁ ମାତ୍ରାରେ ପ୍ରଭାବ ପଡିବ,କାରଣ ହେଲା ସେହି ନିୟମଗିରୀ ପର୍ବତରୁ ହଳଦୀ,ଅଦା, କାନ୍ଦୁଲ,ବିରୀ, ଝୁଡୁଙ୍ଗ,ସୋରିଷ,ମାଣ୍ଡିଆ, ଝୁଣା,କଦଳୀ, କମଳା,ସପୁରୀ ପଣସ, ନାରଙ୍ଗୀ, ଲେମ୍ବୁ,ପଣସ,କରଡ଼ି, କାଙ୍କଡ଼, ସିଆଡ଼ି ପତର ଜଙ୍ଗଲ ଜାତୀୟ ଦ୍ରବ୍ୟ ବିକ୍ରୟ କରି ନିଜର ଓ ନିଜ ପରିବାରର ଜୀବନ ଜୀବିକା ନିର୍ବାହ କରଥାନ୍ତି I ଏହି ସମସ୍ତ ଜଙ୍ଗଲ ଜାତୀୟ ଦ୍ରବ୍ୟ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ସାପ୍ତାହିକ ହାଟ,ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମୁନଖୁଲି ସାପ୍ତାହିକ ହାଟ, କଲ୍ୟାଣସିଂପୁରର ସାପ୍ତାହିକ ହାଟ,ବିଷମ କଟକ ବ୍ଲକର ଚାଟିକଣା ସାପ୍ତାହିକ ହାଟରେ ବିକ୍ରୟ କରି ନିଜର ଚଳିବI ପାଇଁ ଖାଦ୍ୟ ପେୟ ଓ ପରିଧାନI ପାଇଁ ବସ୍ତ୍ର କିଣି ଥାନ୍ତି I ତେଣୁକରି ଆମେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ପାଖକୁ ୦୩ ଟି ଦଫା ଦାବି କରୁଛୁଯେ ସେ ହେଲା ଯଥା ୦୧- ମୂଳନୀବାସୀ ଜୀବନ ଜୀବିକା ଓ ସଂସ୍କୃତିକୁ ବିପନ୍ନ କରି କମ୍ପାନୀମାନଙ୍କୁ ଦିଆଯାଇଥିବା ସମସ୍ତ ଖଣି ଲିଜ ତୁରନ୍ତ ବାତିଲ କରାଯାଉ, ୦୨- ଗଣତନ୍ତ୍ରର ସନ୍ନମାନର୍ଥେ ଜମି,ଜଳ, ଜଙ୍ଗଳର ଅଧିକାର ନେଇ ଚଳମନ ଜନ ଆନ୍ଦୋଳନ ଉପରେ ଉପରେ ଦମନ ବନ୍ଦ କର ଏବଂ ଜନ ଆନ୍ଦୋଳନର ନେତା ତଥା କର୍ମୀଙ୍କ ଉପରେ ମିଥ୍ୟା ମକଦ୍ଦମାକୁ ରଦ୍ଧ କର, ଜେଲରେ ଥିବା ଆନ୍ଦୋଳନ କରି ସାଥି ଭାଇ ମାନଙ୍କୁ ନିଃସର୍ତ୍ତରେ ଖଲାସ କରାଯାଉ,୦୩- ସମ୍ବିଧାନର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ - ୨୦୦୬,ପେସା ଆଇନ କଡାକଡୀ ଭାବରେ ଲାଗୁ କରାଯାଉ I ଆଜି ନିୟମଗିରୀ ସମେତ ଖଣ୍ଡୁଆଳ ମାଳି,ସିଜୁମାଳୀ,କୁଡ଼ିଙ୍ଗାମାଳି, କୂଟ୍ରୁମାଳି, ପର୍ଣ୍ଣାକୋଣ୍ଡମାଳୀ,ଗାନ୍ଧମାର୍ଦନ ଏଇ ସବୁ ଖଣି ଟିକୁ ବେଦାନ୍ତ,ଆଦାନୀ, ଆଦିତ୍ୟ ବିର୍ଲା,ଜିନ୍ଦଲ ଭଳି କମ୍ପାନୀ ଆସିବାରେ ଲୋକଙ୍କ ଉପରେ ଆତଙ୍କର କଳା ବାଦଲ ଘନେଇ ଯାଉଅଛି I ପୁଞ୍ଜିବାଦୀ ବିକାଶର ଧାରା ପାଇଁ ଆମେ ଅତୀତରେ ଢ଼େର ବଳି ପଡିଛୁ,ଆଉ ନୁହେଁ ନିଜ ମାଟି ପାଇଁ,ଆଉ ନିଜ ଦେଶ ପାଇଁ ଲଢ଼ୁଥିବାବେଳେ ଆମ ଆଦିବାସୀ ଭାଇ ଭୋଉଣୀ ମାନଙ୍କୁ ଦେଶଦ୍ରୋହୀ,ବିକାଶ ବିରୋଧୀ ବୋଲି ଆଖ୍ୟା ଦିଆଯାଉଛି I ପୋଲିସର ଲାଠି ଗୁଳି,ମିଥ୍ୟା ମାମଲାରେ ଜେଲ ଭର୍ତ୍ତି ସତ୍ୱେ ଜନ ଆନ୍ଦୋଳନ ଆହୁରି ଅଧିକ ମାତ୍ରାରେ ତେଜୁଛି I ତେଜିବ ଏପରି ଅନ୍ୟାୟ ବରୋଧରେ ଆମ ଗରିବ ଖଟିଖିଆ ଆଦିବାସୀ ଦଳିତ ମୂଳନୀବାସୀ ମାନଙ୍କର ଜମି ଜଳ ଜଙ୍ଗଳର ସୁରକ୍ଷା ପାଇଁ ଏଥିପାଇଁ ଆମେ ନିୟମଗିରି, ଖଣ୍ଡୁଆଳମାଳି ଏବଂ ସିଜୁମାଳୀ ଆନ୍ଦୋଳନ ମିଳିତ ଭାବରେ ଡାକରା ଦେଇଛୁ I ଆମରି ସମ୍ମୁଖରେ "ନିୟମଗିରୀ ସରକ୍ଷା ସମିତି" ର ଆବାହକ ଦୈତାରୀ ଗୌଡ଼ ପରି ପ୍ରକାଶ କରି କହିଛନ୍ତି ଯେ ବେଦାନ୍ତକୁ ବେଦାନ୍ତ ଗଡ଼ରେ ବେଦାନ୍ତକୁ ପ୍ରତିବାଦ କରୁଛୁ I ଏହି ଆନ୍ଦୋଳନକୁ ଓଡିଶା ରାଜ୍ୟର ଅନ୍ୟ ଜନ ଆନ୍ଦୋଳନର ସଂଗଠନମାନେ ବି ଏଥିରେ ମିଳିତଭାବେ ଆମର ଦାବିକୁ ସନ୍ନମତି ଜଣାଇ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି I ଆନ୍ଦୋଳନକରି ମାନଙ୍କ ଜନସାଧାରଣଙ୍କୁ ବିକାଶର ପ୍ରଶ୍ନ ଯେ ନିଜକୁ ନିଜେ ପଚାରନ୍ତୁ ଆମର "ନିୟମଗିରୀ ସୁରକ୍ଷା ସମିତି" ଆହ୍ୱାନ ଭୁଲକି ଠିକ ଆପଣଙ୍କ ମତ I ଆଜିର ଏହି ଆନ୍ଦୋଳନ ଶୋଭାଯାତ୍ରା କାର୍ଯ୍ୟକ୍ରମରେ "ନିୟମଗିରୀ ସୁରକ୍ଷା ସମିତି"ର ବହୁ ତୁଙ୍ଗ ନେତା ଭାଗ ନେଇ ଥିଲେ ଆବାହକ ଲିଙ୍ଗରାଜ ଆଜାଦ, ଲେନିନ କୁମାର ରାୟ,ରାୟଗଡା ଜିଲ୍ଲା "ନିୟମଗିରୀ ସୁରକ୍ଷା ସମିତି" ସମ୍ପାଦକ ଦଧି ପୁଷିକା, ଖଣ୍ଡୁଆଳମାଳି ଉପଦେଷ୍ଟା ବ୍ରିଟିଶ କୁମାର,ସିପିଆଇ ନେତା ଦମଦର ବେହେରା,ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ,ସିଜୁମାଳୀ ସୁରକ୍ଷା ସମିତି ସମ୍ପାଦକ କାର୍ତ୍ତିକ ମାଝୀ ଅଂଶ ଗ୍ରହଣ କରିଥିଲେ,ଏମାନେ କହିବା କଥା ଯେ ଯେଉଁ ଦେଶର ଗଣତାନ୍ତ୍ରିକ ବିଧିବିଧାନ ଓ ଆଇନକୁ ଭୁଆ ବୁଲେଇ ମିଛ ଜନଶୁଣାଣି କରୁଛନ୍ତି, ବେଦାନ୍ତ କମ୍ପାନୀ ସରକାରଙ୍କୁ ଧରି ଆନ୍ଦୋଳନ କାରୀଙ୍କ ଉପରେ ସରକାର ଯେଉଁଭଳି ଦମନ ଚଳାଇଛନ୍ତି,ଏହା ଗଣତନ୍ତ୍ରର ରୀତିମତ ହତ୍ୟା କରୁଛନ୍ତି I ତଥାକଥିତ ବିକାଶରେ ପୁଞ୍ଜିପତି ରାଜନେତା, ସରକାରୀ ଅଫିସର,ଠିକାଦାର,ଏନଜିଓ ଯେଉଁ ଦଲାଲମାନ ଏହି କଥା ବେଦାନ୍ତର ଲାଞ୍ଜିଗଡ କାରଖାନା ପ୍ରତିଷ୍ଠା ହେବାପରେ ଲାଞ୍ଜିଗଡ ଅଞ୍ଚଳବାସୀ ନିଜେ ନିଜର ଅଙ୍ଗେ ନିଭେଇ ଆସୁଛନ୍ତି,ରାଜ୍ୟ ବାହର ଓ ଓଡିଶାର ଅନ୍ୟ ଜିଲ୍ଲାରୁ ଶ୍ରମିକକୁ ଆଣି ଚାକିରୀ ଦେବା ଆଉ ଲାଞ୍ଜିଗଡ ଅଞ୍ଚଳର କୌଣସି ଉର୍ନତି ମୂଳକ ଆଖିଦୃଷ୍ଟିୟ କାମ କରଯାଇ ନାହିଁ ଲୋକଙ୍କୁ ବେଦାନ୍ତ ଭୁଆ ବୁଲେଇବା ଭଳି ଲାଞ୍ଜିଗଡ ଅଞ୍ଚଳବାସୀ ସମସ୍ତେ ଭଲ ଭାବେ ଜାଣନ୍ତି ବୋଲି ଆମ ଆଘରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଭାପତି ପ୍ରକାଶ ମାଝୀ ଓ "ନିୟମଗିରୀ ସୁରକ୍ଷା ସମିତି" ର ସଭାପତି ଲଦ ଶିକକା ଏବଂ ଆବାହକ ଲିଙ୍ଗରାଜ ଆଜାଦ ମତ ବ୍ୟକ୍ତ କରିଛନ୍ତି I