ଭୈରବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା ଲାଞ୍ଜିଗଡ ଠାରେ ସମ୍ପର୍ଣ ହୋଇଯାଇଛି :Ommtv Kalinga Vikas

ଭୈରବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା ଲାଞ୍ଜିଗଡ ଠାରେ ସମ୍ପର୍ଣ ହୋଇଯାଇଛି :Ommtv Kalinga Vikas

ଭୈରବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା ଲାଞ୍ଜିଗଡ ଠାରେ ସମ୍ପର୍ଣ ହୋଇଯାଇଛି :Ommtv Kalinga Vikas

ଭୈରବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା ଲାଞ୍ଜିଗଡ ଠାରେ ସମ୍ପର୍ଣ ହୋଇଯାଇଛି :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୧୨/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି ଝାମୁଯାତ୍ରକୁ କଳାହାଣ୍ଡି ଜିଲ୍ଲା ଓ ପୋଡ଼ଶୀ ରାୟଗଡା ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲା ରୁ ବୋହୁ ସଂଖ୍ୟାରେ ହଜାର ହଜାର ଭକ୍ତ ଙ୍କ ର ସମାଗମ ହୋଇଥିଲା I ଏହି ଝାମିମଡ଼ାଯାତ୍ରା ବା ନିଆଁମଡ଼ା ଯାତ୍ରା ଏହି ବୋହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଅଛି, ଏହି ଭୈରବ ଠାକୁରଙ୍କ ମହାତ୍ମ୍ୟ ହେଲା ଦର୍ଶନ କରିବା ପାଇଁ ଆସିବ ଉଦେଶ୍ୟ ହେଲା ଯିଏ ଯାହା ମନIସି ଥାଏ ସିଏ ତାହା ପାଇଥାଏ ଯାହାର ପୁଅ ଝିଅ ହେଉ ନଥାଏ ମାନସିକ କରି ଆସି ପୂଜାରୀଙ୍କୁ କାଳିସୀ ଲାଗିଥିବା ସମୟରେ ଠାକୁରଙ୍କ ଠାରୁ ଫୁଙ୍କା ଝଡା ହୋଇ ମୁଠି ଚାଉଳ ନେଇ ମାନସିକ କରି ଯାଇଥାନ୍ତି I ପୁଣି ଆର ବର୍ଷକୁ ନିଜ ଛୁଆକୁ ବା ନିଜର ମନସ୍କାମନା ପୂରଣ ହେଲେ ଭୈରବ ଠାକୁରଙ୍କ ପାଖକୁ ଦୌଡ଼ି ଆସିଥାନ୍ତି I ଏହି ଝାମୁଯାତ୍ରା ଟି ନୂଆଁଖାଇ ଭଦ୍ରଵମାସ ଦଶମୀ ତିଥିରୁ ଆରମ୍ଭ ହୋଇଥାଏ, ଏକାଦସିରେ ବିଶ୍ରାମ ହୋଇଥାଏ I ଦୁ୍ୱାଦଶୀ ତିଥିରେ ବାଲି ଭୈରବ ଓ ଅଗ୍ନି ଭୈରବ ଦୁଇ ପୂଜାରୀଙ୍କୁ କାଳିସୀ ଲାଗି ଲାଞ୍ଜିଗଡ ଗ୍ରାମର ଇଷ୍ଟ ଦେବତା ମନ୍ଦିରରୁ ଖଣ୍ଡା ଆଣି ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସଂ ଦେଓ ଙ୍କ ଘରେ ରାଜବାଟିରେ ପୂଜା ପାଇ ତାପରେ ଅସ୍ଥାୟୀ ମନ୍ଦିରକୁ ଆସିବା ସମୟରେ ବାଟରେ ବୋହୁ ଭକ୍ତ ଜଗିଥାନ୍ତି ଠାକୁରଙ୍କୁ ବନ୍ଦାପନା ଭୋଗ ରାଗ କରିବା ପାଇଁ ଯାହାର ଭକ୍ତି ଅଛି ସେମାନେ ଗୋବରରେ ଲିପି ଝୁଟି ପକାଇ ଶୁଭ କୁମ୍ଭ କଳସ ସ୍ଥାପନା କରି ଭୋଗ ରାଗ,ଗଜାମୁଆଁ, ଦୀପ, ଧୂପ,ଫୁଲ ଫଳ, ପଣା ପାଣି ଥୋଇ ବା ବାଢ଼ି ପୂଜା ଅର୍ଚନା କରି ଯେଉଁ କାଳିସୀ ଲାଗି ଥାଏ ସେଇ ଦୁଇ ପୂଜାରୀ ଠାକୁରଙ୍କ ଖଣ୍ଡାକୁ କନ୍ଧେଇ ଥାନ୍ତି ତାଙ୍କୁ ବନ୍ଦାପନା କରନ୍ତି I ତ୍ରିୟଦଶୀ ଠାରୁ କାଳିଶି ଲାଗିଥାଏ ବାଲି ଭୈରବ ପୂଜାରୀଙ୍କୁ ଲାଗିଥାନ୍ତି ତାପରେ ସେ ବIଜାର ଓ ଘୁମୁରାର ତIଳେ ତାଳେ ତ୍ରିୟଦାସୀ ଠାରୁ ଦୀର୍ଘ ପାଞ୍ଚ ଦିନ ଧରି ପ୍ରତେକ ଦିନ ସନ୍ଧ୍ୟା ୦୪ ଘଣ୍ଟା ସମୟରୁ ରାତ୍ର ୦୭ ଘଣ୍ଟା ସମୟ ପର୍ଯ୍ୟନ୍ତ ନାଚିଥାନ୍ତି I ଅଷ୍ଟମ ଦିନ କଣ୍ଟାର ଗାଦିଆ ଆସେ ସେ କଣ୍ଟା ଗାଦୀକୁ ମୁଣ୍ଡଛୀନା ସକାଳ ଠାରୁ ଜଙ୍ଗଲକୁ ଯାଇ ନିୟମଗିରି ପାର୍ବତର ପାଦଦେଶରୁ ଝାମେରା କଣ୍ଟା ଗାଦି ଆଣିଥାନ୍ତି I ତାପରେ ସେ କଣ୍ଟା ଗାଦିରେ ଯାହାକୁ ବାଲି ଭୈରବ କାଳିସୀ ଲାଗିଥାଏ ସେ ତାରି ଉପରେ ସେଦିନ ରାତିରେ ହିଁ ବା ଅଷ୍ଟମଦିନ ରାତିରେ ହିଁ ବସିଥାନ୍ତି I ଲାଞ୍ଜିଗଡର ସମସ୍ତ ଗ୍ରାମବାସି ମିଶି ସ୍ନେହ ଶ୍ରଦ୍ଧାରେ ଜଙ୍ଗଳକୁ ଯାଇ ଶୁଖିଲା କାଠ ଗଣ୍ଡି ସଂଗ୍ରହ କରି ଟ୍ରାକ୍ଟର ଓ ଟ୍ରକ ମାଧ୍ୟମରେ ଆଣି ଚାରି ଦିନ ପୂର୍ବରୁ ଗଦେଇଥାନ୍ତି I ନବମ ଦିନ ସକାଳ ୦୮ ଘଣ୍ଟା ସମୟରେ ବାଲି ଭୈରବ ପୂଜାରୀଙ୍କୁ ଠାକୁର କାଳିସୀ ଲାଗି ଲାଞ୍ଜିଗଡର ଗ୍ରାମ ବାସୀ ଆଣିଥିବା ସମସ୍ତ କାଠକୁ ସଜା ଯାଇଥିବା କାଠରେ ଅଗ୍ନି ସଂଯୋଗ କରିଥାନ୍ତି I ସେଦିନ ହିଁ ପୂର୍ବାହ୍ନ ୦୪ ଘଣ୍ଟା ସମୟରେ ଅସ୍ଥାୟୀ ମନ୍ଦିରରେ ଦୁଇ ପୂଜାରୀଙ୍କୁ କାଳିସୀ ଲାଗି ଲାଞ୍ଜିଗଡ ଇଷ୍ଟ ଦେବତା ଭୌରବ ମନ୍ଦିର କୁ ଯାଇଥାନ୍ତି I ତାଙ୍କ ସାଥିରେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସଂ ଦେଓ ଓ ଲାଞ୍ଜିଗଡର ଗ୍ରାମବାସୀ ଏବଂ ବାଜା,ଘୁମୁରା,ଘଣ୍ଟ, ଶଙ୍ଖ, ତୁରୀ ସହିତ ହୁଳହୁଳି ପଡିଥାଏ,ସମସ୍ତେ ମିଶି ଯାଇଥାନ୍ତି I ସେଇ ଗ୍ରାମ ଇଷ୍ଟ ଦେବତା ଭୈରବ ମନ୍ଦିରରେ ପୂଜା ସାରି ହୁକୁମ ନେଇ ଝାମୀମଡ଼ା ଅସ୍ଥାୟୀ ମନ୍ଦିରକୁ ଆସିଥାନ୍ତି,ପ୍ରଥମେ ପୂର୍ବରୁ ମୁଣ୍ଡଛୀନା ଆଣିଥିବା କଣ୍ଟା ଦୋଳିରେ ବସି ଥାନ୍ତି I ତାପରେ ଦୁଇ ପୂଜାରୀଙ୍କୁ କାଳିସୀ ଲାଗି ଲଗା ଯାଇଥବା ଝାମୀ ନିଆଁରେ ଚାଲିଥାନ୍ତି I ଏଠାରେ ମୁଖ୍ୟ ଆକର୍ଷଣ ହେଲା ରଢ଼ ନିଆଁ ଭିତରେ ଦୁଇ ଠାକୁର ଚାଲି ଥାନ୍ତି,ଯେଉଁ ଭକ୍ତ ଭକ୍ତି ସହକାରେ ଭୈରବ ଠାକୁରଙ୍କୁ ଯାହା ମାଗିଥାନ୍ତି ତାହା ପୂରଣ ହୋଇଥାଏ I ଝାମୀ ରଢ଼ ନିଆଁରେ ଚାଲିବା ପରେ କାଳିସୀ ଲାଗିଥିବା ଦୁଇ ପୂଜାରୀ ରଜା ଙ୍କ ଘରକୁ ବା ରାଜବାଟିକୁ ଭୋଗ ରାଗ ଖାଇବା ପାଇଁ ଯାଇଥାନ୍ତି I ସେଠାରୁ ପୁଣି ଫେରି ଅସ୍ଥାୟୀ ମନ୍ଦୀର କୁ ଆସି ଭୋଗ ଖାଇଥାନ୍ତି ତାପରେ ମନ୍ଦିରରେ ପୋଢ଼ ବଳି, ବୋଦା ବଳି, କୁକୁଡ଼ା ବଳି, ପାରା ବଳି ଠାକୁର କାଳିସୀ ଲାଗିଥିବା ସମୟରେ ସମସ୍ତ ବଳିକୁ ସ୍ପର୍ଶ କଲା ପରେ ଯାଇ ବଳି ଦିଆ ଯାଇଥାଏ I

ଏହି ସମସ୍ତ କଥା ଆମ ଅIଘରେ ଲାଞ୍ଜିଗଡ ବାୟଜେଷ୍ଟ ପାତ୍ର ପୂଜାରୀ ଗୋପାଳ ପାତ୍ର ପରି ପ୍ରକାଶ କରିଛନ୍ତି I ଏହି ଝାମୁଯାତ୍ରାକୁ ଲାଞ୍ଜିଗଡ ଥାନର ଆଇ ଆଇ ସି ଯଶବନ୍ତ ହିଆଲ, ଏସ ଆଇ ଡଳାମଣୀ ବିଶି,ଏ ଏସ ଆଇ ବଳଭଦ୍ର ଗୌଡ଼,ଏ ଏସ ଆଇ ସଞ୍ଜୟ ବୈଠରୁ,ଏ ଏସ ଆଇ ସ୍ୱର୍ଣ ଲତା ଗମାଙ୍ଗ, ଟାଉନ ହାବିଲଦାର ଅନ୍ତର୍ଯ୍ୟାମୀ ଦାସ, ସମସ୍ତ ଗୃହରଖି ଏବଂ ଲାଞ୍ଜିଗଡ ଥାନାରେ ରହୁଥିବା ଆଇ ଆର ଵି ବାହିନୀ ଏବଂ ଲାଞ୍ଜିଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଅଶୋକ ପଟ୍ଟନାୟକ, ମନୋଜ ମହାପାତ୍ର,ବରିଷ୍ଟ ଓକିଲ ରୋଘୁନାଥ ମାହାଙ୍କୁଡ,ସୁବାଷ ଅଗ୍ରୱାଲ, ଗୋବିନ୍ଦ ହରିଚନ୍ଦନ,ଯୁଧିଷ୍ଠିର ପାତ୍ର, ଶ୍ରୀମୁଖ ଅଗସ୍ତି, ରାଘବ ଗହୀର,ଏମ ଚୂଡ଼ାମଣି ଏବଂ ବେଦାନ୍ତ ଆଲୁମିନା କମ୍ପାନୀର ଖଣି ବିଭାଗରୁ ଆସିଥିବା ମୁଖ୍ୟ ଅତିଥି ବିଭୂ୍ନ୍ଦେନ୍ଦୁ ପଣ୍ଡା, ସମରେଶ ମିଶ୍ର, ଶ୍ରୀକାନ୍ତ ବହିଦାର, ବିନୋଦ ରଥ, ଲାଞ୍ଜିଗଡ ଯୁବକ ସଙ୍ଘ ଏବଂ ନେହୁର ଯୁବକ ସଙ୍ଘ ମିଶି ଦୁଇଟି କ୍ଲବର ସଦସ୍ୟ ମାନେ ଏକାଠି ହୋଇ ଶାନ୍ତି ଶୃଙ୍ଖଳା ସୁଚାରୁ ରୂପେ ଝାମୁଯାତ୍ରା ଟିକୁ ତୁଲାଇ ଥିଲେ I