ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଶିଳ୍ପକୁ ସ୍ଥାନୀୟ ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଯୋଗେଇ ଦିଆଯିବI ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପଦଯାତ୍ରା:Ommtv Kalinga Vikas
ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଶିଳ୍ପକୁ ସ୍ଥାନୀୟ ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଯୋଗେଇ ଦିଆଯିବI ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପଦଯାତ୍ରା:Ommtv Kalinga Vikas
ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଶିଳ୍ପକୁ ସ୍ଥାନୀୟ ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଯୋଗେଇ ଦିଆଯିବI ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପଦଯାତ୍ରା:Ommtv Kalinga Vikas
କଳାହାଣ୍ଡି ଜିଲ୍ଲା, ୨୨/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ସକାଳ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ ସହରର ଆଶ୍ରମପଡା ଠାରୁ ଲାଞ୍ଜିଗଡ ବ୍ଲକ ଅଞ୍ଚଳର ହଜାର ହଜାର ପୁରୁଷ ମହିଳା ପ୍ରାୟ ତିନି କିଲୋମିଟର ରାସ୍ତା ପଦଯାତ୍ରା ପରେ ଲାଞ୍ଜିଗଡ ସ୍ଥିତି ସାପ୍ତାହିକ ହାଟପଦା ପଡିଆରେ ଠାରେ ବିଶାଳ ସମାବେଶ ହୋଇଥିଲା ଏହି ସଭାରେ ବୋହୁ ମାତ୍ରାରେ ସ୍ଥାନୀୟ ବାସିନ୍ଦାଙ୍କ ଗହଳି ହୋଇଥିଲା I ଏହି ପଦଯାତ୍ରା କାର୍ଯ୍ୟକ୍ରମ ଟି କୁ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା,ତାପରେ ଅଞ୍ଚଳ ବାସୀ ଯାଇ ଲାଞ୍ଜିଗଡ ଥାନାରେ ପହଞ୍ଚିଥିଲେ ସେଠାରେ ଲାଞ୍ଜିଗଡ ତହସିଲଦାର ଶ୍ରୀ ବନମାଳୀ ମେହେର, ଲାଞ୍ଜିଗଡ ବିଡ଼ିଓ ଶ୍ରୀ ସଂସାଙ୍କ ପାତ୍ର, କେସିଙ୍ଗା ଏସ୍ଡ଼ିପିଓ ଶ୍ରୀ ସନ୍ଦୀପ ମାଝୀ, ଲାଞ୍ଜିଗଡ ଆଇ ଆଇ ସି ଶ୍ରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ଜରିଆରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖକୁ ସ୍ଥାନୀୟ ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଯୋଗେଇଦେବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ I ଲାଞ୍ଜିଗଡ ଠାରେ ଶିଳ୍ପ ହୋଇ ୨୨ବର୍ଷ ପୁରିଗଲା କିନ୍ତୁ ଲାଞ୍ଜିଗଡ ଶିଳ୍ପର ନିଜସ୍ୱ ବୋଲି ଖଣି ନାହିଁ I କଞ୍ଚାମାଲ ବକ୍ସIଇଡ଼ ପାଇଁ କମ୍ପାନୀ ବିଦେଶରୁ ଆଣି ନିଜର ଶିଳ୍ପକୁ ଆଜିକୁ ୨୨ ହେଲା ଚଳେଇଆସୁଅଛି କିନ୍ତୁ ଲାଞ୍ଜିଗଡ ଶିଳ୍ପକୁ କେନ୍ଦ୍ର ସରକାର ହୋଉ ବା ରାଜ୍ୟ ସରକାରଙ୍କ ସମସ୍ତ କଥା ଜାଣି ମଧ୍ୟ ଲାଞ୍ଜିଗଡ ଶିଳ୍ପକୁ ଅନୁକମ୍ପା ଦେଖେଇବାରେ ବିଳମ୍ବ କରୁଛନ୍ତି ଯାହା ଫଳରେ ଲାଞ୍ଜିଗଡ ଲାଞ୍ଜିଗଡ ଶିଳ୍ପ କେତେବେଳେ ବେଳେ ବନ୍ଦ ହୋଇଯିବ ତାହା କହି ହେବ ନାହିଁ I ତେଣୁ ଲାଞ୍ଜିଗଡ ସ୍ଥାନୀୟ ଅଞ୍ଚଳ ବାସୀ ଗୋଟିଏ ଦେବି ଯେ ନିଜ ଅଞ୍ଚଳର କୌଣସି ବାକ୍ସଇଡ଼ ଖଣି କଞ୍ଚାମାଲ ପାଇଁ ଯୋଗେଇ ଦିଆଯାଉ ବୋଲି ଜନସାଧାରଣଙ୍କ ଦାବି ଉଠିଛି I ଯଦି ଏଇ ଲାଞ୍ଜିଗଡ ଶିଳ୍ପ କାଲି ଦୁଇ ପ୍ରହରରେ ବନ୍ଦ ଏଠାର ସମସ୍ତ କମ୍ପାନୀ ଭିତରେ ପାଞ୍ଚ ଲକ୍ଷ୍ୟ ଲୋକ କାମ କରି ଦୁଇ ପଇସା ରୋଜଗାର କରୁଥିବା ବ୍ୟକ୍ତି ଶେଷରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବ କିନ୍ତୁ ସେ ଯେତେବେଳେ ନିଜ ଗ୍ରାମକୁ ଫେରି ଆସିବ ସେତେବେଳେ ସେ ନ ଆସି ତାରି ମୃତ୍ ଦେହ ନିଜ ଘରକୁ ଫେରି ଆସିବ ତେଣୁ ଲାଞ୍ଜିଗଡ ଅଞ୍ଚଳ ବାସୀଙ୍କ ଗୋଟିଏ ଦାବିଯେ ଆମକୁ ଆମର ନିଜସ୍ୱ ଖଣି ଆମକୁ ଦିଆଯାଉ I ଆମର ସ୍ଥାନୀୟ ଖଣି ଆମକୁ ଯଥାଶୀଘ୍ର ନ ଦିଆଯାଏ ତେବେହେଲେ କଲାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ, ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଓ କଲ୍ୟାଣ ସିଂ ପୁର ସମସ୍ତ ଅଞ୍ଚଳ ବାସୀ ବାସିନ୍ଦା ମୁଖ୍ୟ ରାସ୍ତାକୁ ଉଲ୍ହାଇବୁ ଓ ଦୋକାନ ବଜାର ତତ ସଙ୍ଗେ ସଙ୍ଗେ ଚକ ଅଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦେବୁ ତା ସହିତ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ସବୁଦିନ ବନ୍ଦ କରିଦେବୁ I ଏହି କାର୍ଯ୍ୟକ୍ରମରେ କୌଣସି ବିଶୃଙ୍ଖଳା ହୋଇନଥିଲା ଲାଞ୍ଜିଗଡ ଥାନା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ ଓ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ , ଲାଞ୍ଜିଗଡ ଏସ ଆଇ ଡୋଲମଣୀ ବିଶି,ଏ ଏସ ଆଇ ସ୍ଵର୍ଣ ଲତା ଗୋମଙ୍ଗ,ଏ ଏସ ଆଇ ବଲଭଦ୍ର ଗୌଡ଼, ଏ ଏସ ଆଇ ମାଝୀ ଗୋମଙ୍ଗ, ଟାଉନ ହାବିଲଦାର ନରସିଂହ ଦାସ ତତ୍ୱାବଧାନରେ ପଦଯାତ୍ରା ସଭା କାର୍ଯ୍ୟକ୍ରମ ସମସ୍ତ ଶାନ୍ତି ଶୃଙ୍ଖଳା ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା I

ଏହି କାର୍ଯ୍ୟକ୍ରମରେ ସର୍ବଦଳୀୟ ବ୍ୟକ୍ତି ଏକତ୍ରିତ ହୋଇ ପଦଯାତ୍ରା କରିଥିଲେ, ଏହାର ସମସ୍ତ କଥାରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ,ସମ୍ପାଦକ ନିର୍ମଳ ସାମଲ,କୋଷଦକ୍ଷ ମହେଶ୍ୱର ପତି, ଉପସଭାପତି ବାଳି ନାଏକ, ସେନାପତି ନାଏକ,ଅନନ୍ତ ପାଲ ଓ ସମସ୍ତ ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ ସଚାରୁ ରୂପେ ସମ୍ପର୍ଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡର ଟ୍ରକ ସଂଘର ସଭାପତି ଚନ୍ଦ୍ର ବେହେରା ଓ ତାଙ୍କର ଟ୍ରକ ସଙ୍ଘର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ପାଖ ରାୟଗଡା ଜିଲ୍ଲାରୁ ଲାଞ୍ଜିଗଡ ପଦଯାତ୍ରାକୁ ସମର୍ଥନ ଜଣାଇ ପୂର୍ବତନ ମୁନିଗୁଡା ବ୍ଲକ ଅଧକ୍ଷ ମୀନ କେତନ ଷଢଙ୍ଗୀ,ଏମ ଡି ଆୟୁବ ଖାନ, ନବୀନ ପାତ୍ର,ସୁନୀଲ ଯେନ, ବଟକୃଷ୍ଣ ପୃଷ୍ଟି,ରଞ୍ଜିତ ପାଢ଼ୀ,ଏମ ଏଲ ଏ ପ୍ରତିନିଧି ପ୍ରଦୀପ ଘଡେଇ, ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ପୂର୍ବତନ ବିଧାୟକ ଶିବାଜୀ ମାଝୀ,ଆଦିବାସୀ ନେତା ଦାନ ମାଝୀ, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା,ଲାଞ୍ଜିଗଡ ଜୁନ ୦୨ ର ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ ବ୍ଲକ ଉପଦକ୍ଷ ସଂଜୀବ ନାୟକ, ଲାଞ୍ଜିଗଡ ଅଧକ୍ଷା କମଳା ପାତ୍ର, ଲାଞ୍ଜିଗଡ ବ୍ଲକ ପୂର୍ବତନ ବିଧାୟକ ମନହର ହରପାଲ,ବାସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ,ସମାଜ ସେବି ସୁବାଷ ଅଗ୍ରୱାଲ, ଆଦିବାସୀ ନେତା ଲିଙ୍ଗା ମାଝୀ,ଶ୍ରମିକ ୟୁନିଅନ ସଭାପତି ସଂଜୀବ ପେସନିଆ,ତରୁଣ ଦାସ, ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ସଭାପତି ହିମାଦ୍ରୀ ପେସନିଆ,ଆଦିବାସୀ ବିଜେଡି ନେତା ପାତ୍ର ମାଝୀ,ଲାଞ୍ଜିଗଡ ଯୁବକ ସଙ୍ଘ ସଭାପତି ବିନୋଦ ଗୌଡ଼,ରାଜେନ୍ଦ୍ର ମାଳି, ସୁବାଷ ମହାପାତ୍ର, ଶଙ୍କର ପରିଡା ଲାଞ୍ଜିଗଡ ଅଞ୍ଚଳ ବାସୀ ଚାହୁଁଛନ୍ତି ଯେ ଲାଞ୍ଜିଗଡ ସ୍ଥିତ ଶିଳ୍ପକୁ ନିଜସ୍ୱ ଖଣିରୁ ବକ୍ସଇଡ଼ ଖଣିରୁ କଞ୍ଚାମାଲ ଯୋଗାଇ ଦିଆଯାଉ I
