ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ନୋଡାଲ) କ୍ୟାମ୍ପସ ମଧ୍ୟରେ ଖେଳୁଛି ମାଛ :Ommtv Kalinga Vikas

ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ନୋଡାଲ) କ୍ୟାମ୍ପସ ମଧ୍ୟରେ ଖେଳୁଛି ମାଛ :Ommtv Kalinga Vikas

ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ନୋଡାଲ) କ୍ୟାମ୍ପସ ମଧ୍ୟରେ ଖେଳୁଛି ମାଛ :Ommtv Kalinga Vikas

ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ନୋଡାଲ) କ୍ୟାମ୍ପସ ମଧ୍ୟରେ ଖେଳୁଛି ମାଛ :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୨୩/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୦୧/୦୧/୧୮୯୧ ମସିହାରେ ସ୍ଥାପିତ ହୋଇଥିଲା ପ୍ରାୟ ୧୩୪ ବର୍ଷର ପୁରୁଣା ବିଦ୍ୟାଳୟ ଅଟେ I ଏହି ବିଦ୍ୟାଳୟ ଲାଞ୍ଜିଗଡ ରାଜା ସ୍ୱର୍ଗତ ମହେଶ୍ୱରୀ ପ୍ରଶାଦ ଦେଓ ଙ୍କ ଅମଳରେ ରାଜା ସ୍ଥାପନା କରିଥିଲେ ଆଜକୁ ଏତେ ବର୍ଷ ପରେ ମଧ୍ୟ୍ୟ ଏହି ବିଦ୍ୟାଳୟକୁ ଠିକ ଭାବରେ ରକ୍ଷଣI ବେକ୍ଷଣ କରାଯାଉ ନାହିଁ ଯାହା ଫଳରେ ବିଦ୍ୟାଳୟର କାନ୍ଥ ବIଡରେ ଫାଟକ ଦେଖିବାକୁ ମିଳୁଛି I ତେଣୁ ଏହି ରଜା ରାଜୁଡା ଅମଳର ଶ୍ରେଣୀ ଗୃହ ଟିକୁ ଉଚିତ ଭାବରେ ମରାମତି କରାଗଲେ ପୁଣି ବିଦ୍ୟାଳୟଟି ଖୁସିରେ ପଚାଶରୁ ଷାଠିଏ ବର୍ଷ ଚାଲନ୍ତା I ଏହି ନୋଡାଲ ବିଦ୍ୟାଳୟର କଡରେ ଯେତକ ନୂଆ ଶ୍ରେଣୀ ଗୃହ ଗଢ଼ା ଯାଇଥିଲା ସେହି ଶ୍ରେଣୀ ଗୃହ ଗୁଡିକ ବହୁତ ନିମ୍ନ ମାନର ଠିକାଦାର କାମ କରିଥିଲେ I ଯାହାଫଳରେ ସେହି ଶ୍ରେଣୀ ଗୃହ ଗୁଡିକ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇ ପାରିଲା ନାହିଁ, ଯାହାଫଳରେ ସେହି ଶ୍ରେଣୀ ଗୃହ ଗୁଡିକ ଭାଙ୍ଗି ଧୂଳିସାତ ହୋଇ ଗଲାଣି I ଏହି ନୋଡାଲ ବିଦ୍ୟାଳୟରେ ଆଠ ଗୋଟେ ଶ୍ରେଣୀକୁ ପାଞ୍ଚ ଗୋଟି ଶ୍ରେଣୀ ଗୃହ ରହିଅଛି,କିନ୍ତୁ ଛାତ୍ରଛାତ୍ରୀ ୩୮୦ ଜଣ ପାଠ ପଢିଥାନ୍ତି I ଏହି ନୋଡାଲ ବିଦ୍ୟାଳୟରେ ୧୨ ଜଣ ଶିକ୍ଷକ ଓ ଶିକ୍ଷତ୍ରୀ ରହିବI କଥା କିନ୍ତୁ ମାତ୍ର ୧୦ ଜଣ ଶିକ୍ଷକ ଓ ଶିକ୍ଷତ୍ରୀ ଉପସ୍ଥିତ ଅଛନ୍ତି, ପିଅନ ଜଣେ ରହିବା କଥା କିଏ ହେଲେ ନାହାଁନ୍ତି ଚାରି ଜଣ ପାଚିକା ରହିବା କଥା କିନ୍ତୁ ମାତ୍ର ୦୩ ଜଣ ପାଚିକା କାମରେ ନିୟୋଜିତ ଅଛନ୍ତି I

ବର୍ଷା ଦିନେ ଏହି ନୋଡାଲ ବିଦ୍ୟାଳୟର ଚାରି ପଟେ ଆଣ୍ଠୁଏ ଉଚIରେ ବର୍ଷା ଜମାଟ ବାନ୍ଧି ହୋଇ ରହି ଥାଏ କାରଣ ଏହି ହେଲା ନୋଡାଲ ବିଦ୍ୟାଳୟର ଚାରିପଟେ କୋଠାଘର ଦ୍ୱାର ଗଢି ଉଠିବା ଫଳରେ ବର୍ଷା ପାଣି ନିଷ୍କାସନ ପାଇଁ ରାସ୍ତା ଟିକେ ନାହିଁ,ଏହି ବିଦ୍ୟାଳୟ ଉପରେ ସରପଞ୍ଚ,ବିଇଓ, ବିଡ଼ିଓ,ବ୍ଲକର ଜନ ପ୍ରତିନିଧି,ବିଧାୟକ ସରକାରଙ୍କ ଶିକ୍ଷା ବିଭାଗ ହୋଉ ବା ବେଦାନ୍ତର ସିଏସାର ବିଭାଗକୁ ବାରମ୍ବାର ଲାଞ୍ଜିଗଡ ଅଞ୍ଚଳର ଜନ ସାଧାରଣ କହିବା ସତ୍ୱେ ମଧ୍ୟ୍ୟ କାହାରି ନଜର ପଡ଼ୁ ନାହିଁ କୌଣସି ପଦକ୍ଷେପ ନେଉ ନାହାନ୍ତି ବିଦ୍ୟାଳୟ ଉପରେ I ଏଇ ନୋଡାଲ ବିଦ୍ୟାଳୟରେ ବର୍ଷା ଦିନେ ଛାତ୍ରଛାତ୍ରୀ ବସି ପାଠ ପଡିବ ପାଇଁ ଶ୍ରେଣୀ ଗୃହ ଅଭାବ ହେତୁ ବୋହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଅଛି I ପାଞ୍ଚଟି ଶ୍ରେଣୀ ଗୃହରେ ଆଠ ଗୋଟି ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢି ଥାନ୍ତି ଯାହାଫଳରେ ଶିକ୍ଷକ ଓ ଶିକ୍ଷତ୍ରୀଙ୍କୁ ପାଠ ପଢେଇବା ଓ ଛାତ୍ରଛାତ୍ରୀ ମାନେ ପାଠ ପଢିବା ବୋହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି I ଏହି ନୋଡାଲ ବିଦ୍ୟାଳୟରେ ବର୍ଷା ଦିନେ ବର୍ଷା ପାଣି ଲହଡି ଭାଙ୍ଗୁଛି ଏହି ସ୍କୁଲ କୁ ଭିତରକୁ ଶିକ୍ଷକ, ଶିକ୍ଷତ୍ରୀ ଓ ଛାତ୍ରଛାତ୍ରୀ ଆଣ୍ଠୁଏ ଅପରିଷ୍କାର ପାଣିରେ ପଶିକରି ଆସି ପିଲାମାନେ ପାଠ ପଢିଥାନ୍ତି I ଯଦି ଲାଞ୍ଜିଗଡ ମୁଖ୍ୟ ସହରର ନୋଡାଲ ବିଦ୍ୟାଳୟର ଏଇ ପ୍ରକାର ଅବସ୍ଥା ତେବେ ହେଲେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ କୋଉ ପ୍ରକାର ଅବସ୍ଥା ଥିବ ଏଇ ଠାରୁ ଆପଣମାନେ ନିଜେ ଅନୁମାନ କରି ପାରୁଥିବେ I ତେଣୁ ଏହାରି ଉପରେ ଲାଞ୍ଜିଗଡ ଅଞ୍ଚଳବାସୀ କହିବା କଥାଯେ ବର୍ଷା ଦିନେ ଏହି ନୋଡାଲ ସ୍କୁଲ ପ୍ରାଙ୍ଗଣରେ ମାଛ ଖେଳୁଛନ୍ତି, ଯଦି ସରକାର ଏହି ନୋଡାଲ ସ୍କୁଲ ଉପରେ ଯଥା ଶୀଘ୍ର ଉଚିତ ପଦକ୍ଷେପ ନ ନିଅନ୍ତି ତେବେହେଲେ ଏହା ଉପରେ ଆମେମାନେ ସମସ୍ତ ଅଞ୍ଚଳବାସୀ ଭାବିଷତରେ ବଡ଼ ଧାରଣର ଜନ ଆନ୍ଦୋଳନ କରିବୁ ବୋଲି ଆମ ଆଘରେ ପରି ପ୍ରକାଶ କରିଛନ୍ତି I