କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ତୋଦୟ ଗୃହ ଯୋଜନା : Ommtv Kalinga Vikas

କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ତୋଦୟ ଗୃହ ଯୋଜନା : Ommtv Kalinga Vikas

କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ତୋଦୟ ଗୃହ ଯୋଜନା : Ommtv Kalinga Vikas

କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ତୋଦୟ ଗୃହ ଯୋଜନା : Ommtv Kalinga Vikas 

କଳାହାଣ୍ଡି ଜିଲ୍ଲା, ୩୦/୦୩ (କବି) ଜିଲ୍ଲା ପ୍ରତିନିଧି ( ମହେଶ୍ୱର ) ଙ୍କ ରିପୋର୍ଟ ଭବାନୀପାଟଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ରବିବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଅନ୍ତୋଦୟ ଗୃହ ଯୋଜନାର ଶୁଭ ଉଦ୍ଘାଟନ କରିଛନ୍ତି I ସ୍ଥାନୀୟ ଶ୍ରୀକ୍ରୀଷ୍ଣା ନଗର ପଡିଆରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀବହୁ ପ୍ରତିକ୍ଷୀତ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି I ଏହା ବ୍ୟତୀତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି I ଏହି ସମାବେଶରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ପଂଚାୟତି ରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ସଚିଵ ଗିରିଶ ଏସ ଏନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ମଞ୍ଚସୀନ ଥିଲେ I

 ଏହି ପରିପ୍ରେକ୍ଷିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୟ ମା ମାଣିକେଶ୍ବରୀ ରୁ ତାଙ୍କର ବକ୍ତବ୍ୟ ଆରମ୍ଭ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦିଆଯିବ ବୋଲି କହିଥିଲେ I ତିନି ବର୍ଷ ମଧ୍ୟରେ ଏହି ଯୋଜନା ପାଇଁ ୭, ୫୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯିବ I ଏହା ସହ ବିଜେଡି ସରକାର ଦୀର୍ଘ ୨୪ ବର୍ଷ ଶାସନରେ ଥାଇ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଯୋଗାଇ ପାରି ନାହିଁ ବୋଲି ତୀବ୍ର ସମାଲୋଚନା କରିଥିଲେ I ମୋହନ ସରକାର ଯାହା କହେ ତାହା କରେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ I ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକର ୭ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାର କାର୍ଯ୍ୟାଦେଶ (ୱାର୍କ ଅଡର ) ପ୍ରଦାନ କରିଥିଲେ I ଏହାସହ କେସିଙ୍ଗା ବ୍ଲକର ଯୋଲକୋ ପ୍ରକଳ୍ପ ଏବଂ ଇନ୍ଦ୍ରାବତୀ ବାମ କେନାଲର ଲାଇନିଙ୍ଗ କାମ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇଦିଆଯିବ, ଜିଲ୍ଲାର ଜଳସେଚନ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯିବ ବୋଲି ପରି ପ୍ରକାଶ କରିଥିଲେ I ସୁଭଦ୍ରା ଯୋଜନା ଏବଂ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା, ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଦଶ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଟଙ୍କା ପ୍ରଦାନ ଭଳି ଯୋଜନା ମାଧ୍ୟମରେ ମହିଳା ମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରାଯିବ ବୋଲି ମଧ୍ୟ୍ୟ କହିଥିଲେ I ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ,ବିଦ୍ୟାଳୟ ମାନଙ୍କରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମଧ୍ୟ କହିଥିଲେ I ରାଜ୍ୟର କୃଷକ ମାନଙ୍କ ଉନ୍ନତି ପାଇଁ ଏହି ସରକାର ବଦ୍ଧପରିକର ବୋଲି କହିବା ସହ କଳାହାଣ୍ଡି ଜିଲ୍ଲାର କଲକତି ଚାଉଳକୁ ମନେ ପକାଇଥିଲେ I ୨୪ ବର୍ଷ ବନାମ ୯ ମାସର ଶାସନ କୁ ତୁଳନା କରିଥିଲେ,ଏହା ଲୋକଙ୍କ ସରକାର ତେଣୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଏବଂ ସରକାର ସମ୍ବଲପୁର, କଳାହାଣ୍ଡି ଆସି ଲୋକଙ୍କ ଠାରୁ ସିଧା ସଳଖ ଅଭିଯୋଗ ଶୁଣିବେ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ I ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା କରାଯିବ ତେଣୁ ଏହି ଜିଲ୍ଲାର ଆବଶ୍ୟକୀୟ ବିକାଶ କରାଯିବ ବୋଲି କହିଥିଲେ I ମୁଖ୍ୟମନ୍ତ୍ରୀ ଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଜିଲ୍ଲାବାସୀ ଏବଂ ବିଜେପି କର୍ମକର୍ତ୍ତା ଓ କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା I ଏହି ସମାବେଶ ରେ ଜିଲ୍ଲାର ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୭ ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଥିଲା I ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମାବେଶକୁ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Firfather Chief of Movey Street and Happy Incompatus scholarship for the first time and the happy holiday sedown planned to the local home country planning I am in a variety of projects. 

Azhanging I'm Fel-Inadher Snowdlaya and rural Aharkali, gave birth to a nation allevant to Khadra, Djairak, Parising and Departing Strengtivity Scarlet 

Commissioners of commissioners and waste-

In this state of Max, Chief Mua yes to be part of the ages in the Mamicalworn, the publish was to Rs 45, his word, and hoports with this planned to do it is a feedback from the Mamical to three years. 

Default disclubs an early block of my meeting is 4