ସଫଳତା ର ସହିତ ରକ୍ତ ଦାନ ଶିବିର ସମ୍ପାଦିତ। ସର୍ବ ମୋଟ ୭୮ ୟୁନିଟ ରକ୍ତ ସଂଗ୍ରହ। Ommtv Kalinga Vikas
ସଫଳତା ର ସହିତ ରକ୍ତ ଦାନ ଶିବିର ସମ୍ପାଦିତ। ସର୍ବ ମୋଟ ୭୮ ୟୁନିଟ ରକ୍ତ ସଂଗ୍ରହ। Ommtv Kalinga Vikas
ସଫଳତା ର ସହିତ ରକ୍ତ ଦାନ ଶିବିର ସମ୍ପାଦିତ। ସର୍ବ ମୋଟ ୭୮ ୟୁନିଟ ରକ୍ତ ସଂଗ୍ରହ। Ommtv Kalinga Vikas
ରକ୍ତ ଦାନ ଜୀବନ ଦାନ ଆହ୍ଵାନ ର ସଫଳ ରୁପାୟନ।
ଆମେ ଜଣେ ଜଣେ ରକ୍ତ ଦାତା ଆମେ ଜଣେ ଜଣେ ଜୀଵନ ଦାତା।
ସମଗ୍ର ଓଡ଼ିଶା ସେବା ଅଭିଯାନ।

ଆୟୋଜକ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ଓ ହିନ୍ଦୋଳ କଲ୍ୟାଣ ସଂଗଠନ ଭୁବନେଶ୍ବର ର ମିଳିତ ଆନୁକୂଲ୍ୟରେ ସହଯୋଗୀ ଅନୁଷ୍ଠାନ ଏ ପ୍ଲସ୍ ଫିଟ୍ ନେସ୍ ର ସହାୟତାରେ ଆଜି ତା ୧୪/୧୧/୨୦୨୫ରିଖ ଶୁକ୍ରବାର ଦିନ ରାସୋଳ ସଭାଗୃହ ଠାରେ ସଫଳତାର ସହିତ ରକ୍ତ ଦାନ ଶିବିର ସମ୍ପାଦିତ ହୋଇ ଯାଇଛି।
ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜନ ମଙ୍ଗଳ ରାସୋଳ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମାହୁନ୍ତ ଓ
ଉଦ୍ ଘାଟକ ଭାବେ ରାସୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିବାକର ନାଏକ ରିବନ କାଟି ଶିବିର ଶୁଭାରମ୍ଭ କରିଥିଲେ।ପ୍ରଥମ ରକ୍ତ ଦାତା ଭାବେ ଜନ ମଙ୍ଗଳ ରାସୋଳ ସଂଗଠନ ର ସମ୍ପାଦକ ପ୍ରଦୀପ ନାୟକ ରକ୍ତ ଦାନ କରିଥିଲେ। ମୁଖ୍ୟ ଅତିଥି, ଉଦଘାଟକ ସମେତ ସଂଗଠନ ର ଉପଦେଷ୍ଟାଗଣ ଓ ଢେଙ୍କାନାଳ ରେଡ଼କ୍ରସ ର ଭାଇସ୍ ଚେୟାର ମ୍ୟାନ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପାଣି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଢେଙ୍କାନାଳ ରକ୍ତ ଭଣ୍ଡାର ଦ୍ବାରା ରକ୍ତ ସଂଗ୍ରହ ହେଇଥିଲାସର୍ବ ମୋଟ ୭୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୋ ଗାଁ ମୋ ସମ୍ମାନ ଆହ୍ବାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ ବାରିକ, ସମଗ୍ର ଓଡ଼ିଶା ସେବା ଅଭିଯାନ ର ରାଜ୍ୟ ସଂଯୋଜିକା ଅନିତା ନାୟକ, ରକ୍ତ ଦାନ ଜୀବନ ଦାନ ଆହ୍ଵାନ ର ଢେଙ୍କାନାଳ ଜିଲ୍ଲା ଆବାହିକା ଶ୍ରୀମତି କାଦମ୍ବରୀ ମହାକୁଡ଼,ପଚାଶ ତମ ରକ୍ତଦାନ କରି ଥିବା ରକ୍ତ ଦାତା ତପନ ସୁନି ପୃଷ୍ଟି ଓ ସହଯୋଗୀ ଅନୁଷ୍ଠାନ ଏ ପ୍ଲସ୍ ଫିଟ୍ ନେସ କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ଢେଙ୍କାନାଳ ରକ୍ତ ଭଣ୍ଡାର ର ପ୍ରତୈକ କର୍ମଚାରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି।ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ଶତପଥୀ ସମସ୍ତ ରକ୍ତ ବୀର ମାନଙ୍କୁ ଢେର୍ ସାରା ଶୁଭେଛା ପ୍ରଦାନ କରିଛନ୍ତି।
