ଫୁଲନଖରାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଶୋଭାଯାତ୍ରା:Ommtv Kalingavikas
ଫୁଲନଖରାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଶୋଭାଯାତ୍ରା:Ommtv Kalingavikas
ଫୁଲନଖରାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଶୋଭାଯାତ୍ରା:Ommtv Kalingavikas

ଫୁଲନଖରା ରୁ ଡ଼ନ ଙ୍କ ରିପୋର୍ଟ କଟକ ଓ ଭୁବନେଶ୍ୱର ଦୈତ୍ୱ ନଗରୀ ମଧ୍ୟ ରେ ଥିବା ଫୁଲନଖରା ନିକଟସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୫ ତମ ସ୍ବନକ୍ଷେତ୍ର
ତଥା ରଜତ ଜୟନ୍ତୀ ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଜଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।କୁଆଖାଇ ନଦୀର ପୁରୁଣା କାଚରାମାଳସ୍ଥିତ ଚନ୍ଦନ ଘାଟରୁ ସଂକଳ୍ପ କରି ପ୍ରାୟ ଦେଢଶହରୁ ଉର୍ଦ୍ଦ ମହିଳା ପାଣି ଉଠାଇ ଜାତୀୟ ରାଜପଥ ଦେଇ ବିଦ୍ୟାଳୟ ପରିସର ସ୍ଥିତ ଯଜ୍ଞମଣ୍ଡପରେ କଳସ ସ୍ଥାପନା କରିଥିଲେ।ଯଜ୍ଞର କର୍ତ୍ତା ଓ କର୍ତ୍ତୀ ଭାବରେ ରଜତ ଜୟନ୍ତୀ କମିଟି ର ଅଧ୍ଯକ୍ଷ ସ୍ୱାଧୀନଚେତା ମହାନ୍ତି ଓ ତାଙ୍କ ସହ ଧ୍ଯର୍ମିଣୀ ମମତା ମହାନ୍ତି ସଂକଳ୍ପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରଜତ ଜୟନ୍ତୀ କମିଟିର ଉପାଧ୍ୟକ୍ଷ ମାନସ ରଂଞ୍ଜନ ପଣ୍ଡା, କାନନ ବିହାରୀ ନାୟକ, ବିଦ୍ୟାଳୟ ର ସଂପାଦକ ନରେନ୍ଦ୍ର କୁମାର ଦାସ, ବିଦ୍ୟାଳୟର କୋଷାଧକ୍ଷ ସଂଗୀତ ବାଶ ଙ୍କ ସମେତ ନିଳମଣୀ ମହାନ୍ତି, ସୁଶାନ୍ତ କୁମାର ରଥ ବିଶ୍ଵରଂଜନ ପଟ୍ଟନାୟକ,ରବିନ୍ଦ୍ର ନାଥ ବିଶ୍ଵାଳ, ସୁଧିର ପାତ୍ର, ପ୍ରମୁଖ ସଦସ୍ଯ ମାନେ ପରିଚାଳନା କରିଥିଲେ। କଳସ ଶୋଭାଯାତ୍ରା କମିଟିର ରୁନି ମହାରଣା, ରଞ୍ଜିତା ସାହୁ, ରାଜେଶ ନାୟକ, ବିଜୟ ଭୋଳ,ନରେନ୍ଦ୍ର ସାହୁ, ଅନିତା ମହାନ୍ତି, ବନିତା ସାହୁ,କାଞ୍ଚନ ବାଳା ମହାରଣା,ବିଷ୍ଣୁ ମହାରଣା,ସୁକାନ୍ତି ବେହେରା,ଅଶୀତ ରଞ୍ଜନ ବେହେରା, ଚନ୍ଦନ ସାହୁ ଓ ପ୍ରଶାନ୍ତ ବେଉରିଆ ଙ୍କ ସମେତ ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।କଳସଧାରୀ ମାନେ ଯଜ୍ଞ ମଣ୍ଡପ ନିକଟରେ ଜଗନ୍ନାଥଙ୍କର ଅପୁର୍ବ ସୁନାବେଶ ଦର୍ଶନ କରିବା ସହ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଭିଦ୍ଭିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।
