ଗ୍ରାମ ଦେବତୀ ମା ଖରଖାଇଙ୍କ ବାର୍ଷିକ ବିଶ୍ୱ ଶାନ୍ତି ମହା ଯଂଜ୍ଞ:Ommtv
ଗ୍ରାମ ଦେବତୀ ମା ଖରଖାଇଙ୍କ ବାର୍ଷିକ ବିଶ୍ୱ ଶାନ୍ତି ମହା ଯଂଜ୍ଞ:Ommtv
ଗ୍ରାମ ଦେବତୀ ମା ଖରଖାଇଙ୍କ ବାର୍ଷିକ ବିଶ୍ୱ ଶାନ୍ତି ମହା ଯଂଜ୍ଞ:Ommtv

ଫୁଲନଖରା ( ରିପୋର୍ଟ J.R ଡ଼ନ )
କଟକ ମହାନଗର ନିଗମ ର ୫୯ ନଂ ୱାର୍ଡ ର ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଓ ଖୁନୁକାର ଗ୍ରାମର ଗ୍ରାମ ଦେବତୀ ମା ଖରଖାଇ ଙ୍କ ର ବାର୍ଷିକ ବିଶ୍ୱ ଶାନ୍ତି ମହା ଯଂଜ୍ଞ ର ପୂର୍ଣ୍ଣହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଉକ୍ତ ଯଜ୍ଞ କାର୍ଯ୍ୟ ୪ ଦିନ ଧରି ଚାଲି ଥିବା ବେଳେ ପ୍ରଥମ ଦିନ ଅଙ୍କୁର ରୋପଣ ହୋଇ ଅପରାଂହ୍ଣ ରେ କଳସ ଶୋଭାଯାତ୍ରା ରେ ୧୦୮ ରୁ ଅଧିକ ଗ୍ରାମର ମହିଳା ପୁରୁଷ ଶ୍ରଦ୍ଧାଳୁ ନିକଟସ୍ଥ ପୁରୀ ମେନ୍ କେନାଲ ଯାଇ କଳସ ଶୋଭାଯାତ୍ରା କରି ନଖରା ଛକ, ଜନ୍ମଜୟପୁର, ଖୁନୁକାର ଗ୍ରାମ ଦେଇ ମା ଖରଖାଇ ଙ୍କ ଯଂଜ୍ଞ ମଣ୍ଡପ ପହଂଞ୍ଝି ମଣ୍ଡପ ପରିକ୍ରମା କରି ଥିଲେ ୨ୟ ଦିନ ସକାଳୁ ସୂର୍ଯ୍ୟପୁଜା, ଶାଲ୍ଯପୁଜା, ଦଶ ଦିଗପାଳ,ଗ୍ରହ ପୁଜା,ଅଗ୍ନି ସ୍ଥାପନା ହୋଇ ଯଜ୍ଞା କାର୍ଯ୍ୟ ଚାଲିଥିଲା | ବିରଞ୍ଚି ନାରାୟଣ ମିଶ୍ର ଙ୍କ ପୁରୋହିତ ରେ ଅଂଚଳ ର ପଣ୍ଡିତ ଓ ଆଚାର୍ଯ୍ୟ ଦ୍ଵାରା ଯଜ୍ଞ କାର୍ଯ୍ୟ ସମାପନ କରା ଯାଇ ଥିଲା |କର୍ତ୍ତା ରୂପେ ବିଭୁତି ଦଳାଇ ଓ ତାଙ୍କ ସହ ଧର୍ମିଣୀ କାର୍ଯ୍ୟ ସମ୍ପାଦନା କରି ଥିଲେ।ଉଭୟ ଗ୍ରାମର ଗ୍ରାମବାସୀ ଓ ମା ଖରଖାଇ ଯୁବକ ସଙ୍ଘ ର ସମସ୍ତ ସଭ୍ୟ ଏଥିରେ ସହଯୋଗ କରି ଥିଲେ। ପୂର୍ଣ୍ଣହୂତି ରେ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦସେବନଓସଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସନ୍ଧ୍ୟା ପରିବେଷଣ ହୋଇଥିଲା।
କଟକ,ଫୁଲନଖରା
(J. N ଡ଼ନ ଙ୍କ ରିପୋର୍ଟ )
