ଶିଶୁର ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ
ଶିଶୁର ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ
ଶିଶୁର ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ
ସ୍ତରରେ ସମ୍ମିଳିତ ଉଦ୍ୟମ ଜରୁରୀ
ଭୁବନେଶ୍ୱର (୧୨/୬) ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ଦିଗରେ ପ୍ରତ୍ୟେକ ସ୍ତରରେ
ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ା ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ ଓ
ସୁରକ୍ଷା ତଥା ଶିଶୁ କୈନ୍ଦ୍ରିକ ପରିବେଶ ଗଠନ ଦିଗରେ ତୃଣମୂଳ ସ୍ତରରେ
ବ୍ୟାପକ ସଚେତନତା ଜରୁରୀ ବୋଲି ଆକ୍ସନ ଏଡ୍ ଆସୋସିଏସନ୍
ଓ ସିସିଡବ୍ଲୁଡିଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ବିଶ୍ୱ
ଶିଶୁ ଶ୍ରମ ନିରୋଧ ଦିବସ ଅବକାଶରେ ଶିଖରଚଣ୍ଡୀ ନଗରଠାରେ ମତ
ପ୍ରକାଶ ପାଇଛି । ପ୍ରତ୍ୟେକ ଶିଶୁର ସୁରକ୍ଷିତ ଭବିଷ୍ୟତ ପାଇଁ
ପିତାମାତାଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି
ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭାସ୍କର ଚନ୍ଦ୍ର ପ୍ରଧାନ ଓ ଶିବ ସାହୁ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା କଲ୍ୟାଣୀ ରାଉତ ପ୍ରଦାନ କରିଥିବା
ବେଳେ, ସ୍ୱର୍ଣ୍ଣପ୍ରିୟା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

