ଆରିକେଥ ଫାଉଣ୍ଡେସନ ପକ୍ଷରୁ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତି ସମ୍ପର୍କୀତ ସେମିନାର ଆୟୋଜିତ : Ommtv Kalinga Vikas

ଆରିକେଥ ଫାଉଣ୍ଡେସନ ପକ୍ଷରୁ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତି ସମ୍ପର୍କୀତ ସେମିନାର ଆୟୋଜିତ : Ommtv Kalinga Vikas

ଆରିକେଥ ଫାଉଣ୍ଡେସନ ପକ୍ଷରୁ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତି ସମ୍ପର୍କୀତ ସେମିନାର ଆୟୋଜିତ : Ommtv Kalinga Vikas

ଆରିକେଥ ଫାଉଣ୍ଡେସନ ପକ୍ଷରୁ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତି ସମ୍ପର୍କୀତ
ସେମିନାର ଆୟୋଜିତ : Ommtv Kalinga Vikas


ଭୁବନେଶ୍ୱର: ଆରିକେଥ ଫାଉଣ୍ଡେସନ ଦ୍ୱାରା ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତି ସମ୍ପର୍କୀତ ଏକ ସେମିନାର ଆୟୋଜିତ
ହୋଇଯାଇଛି । ଏଥିରେ ଆୟୋଜକ ଭାବେ ରୋଟାରୀ ଇଣ୍ଟରନ୍ୟାସନାଲ କ୍ଲବ ୩୨୬୨ ଏବଂ ଭେନ୍ୟୁ ପାର୍ଟନର
ଭାବେ ଷ୍ଟାର୍ଟଅପ ଓଡ଼ିଶା ଓ-ହବ୍ (କ୍ଟ-ଐଟଈ) ଯୋଗ ଦେଇଛନ୍ତି । ବିବିଧ ସମ୍ପ୍ରଦାୟ ମଧ୍ୟରେ ବୁଝାମଣା ଓ ସହଯୋଗକୁ
ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା । ଏଏସିସିଆଇ(ଇଇଉଉଓ) ଓଡ଼ିଶା, ଇଭୋସ, କଳିଙ୍ଗ
ହସ୍ପିଟାଲ ଏବଂ ନାଲକୋ ଭଳି ସମ୍ମାନିତ ସଙ୍ଗଠନ ଦ୍ୱାରା ସମର୍ଥିତ ଏହି ସେମିନାର ଆମ ସମାଜରେ ବିବିଧତା ଓ
ଅନ୍ତର୍ଭୁକ୍ତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରିଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଅତିଥି ଭାବେ ସାଂସଦ ଡକ୍ଟର ଆରଏନ୍ ବେହେରା, ଡିଜି ରୋଟାରିଆନ୍ ୟାଗ୍ନାସିସ ମହାପାତ୍ର, ଆଇପିଡିଜି ରୋଟାରିଆନ୍‌
ଜୟଶ୍ରୀ ମହାନ୍ତି ଏବଂ ଆରିକେଥ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ଲିଟା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
“ବିବିଧ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ”ଅଧିବେଶନରେ ପିଡିଜି ରବି ନାରାୟଣ ନନ୍ଦ ଅଧ୍ୟକ୍ଷତା କରିଥିବା ସହ ପ୍ୟାନେଲିଷ୍ଟ
ଆଇଏଏସ୍ ଡଃ ପାର୍ଥ ସାରଥି ମିଶ୍ର, ନିଳାଞ୍ଜନା ମୁଖାର୍ଜୀ, ପିପି ତନ୍ମୟ ମହାନ୍ତି ଯୋଗଦେଇଥିଲେ । “ବିକାଶ ପାଇଁ
ସମାନ ଅଂଶଗ୍ରହଣ”ଅଧିବେସନରେ ପିଡିଜି ଦେବାଶିଷ ମିଶ୍ର ଅଧ୍ୟକ୍ଷତା କରିଥିବା ସହ ଡିଜିଏନ୍‌ଡି ଇନ୍ଦ୍ରଜିତ ସାହୁ,
ସୁପର୍ଣ୍ଣା ନନ୍ଦ, ସୁଧିର ଜୟସ୍ୱାଲ ଉପସ୍ଥିତ ଥିଲେ । “ସର୍ବାଧିକ ପ୍ରଭାବ ପାଇଁ ଅନ୍ତର୍ଭୁକ୍ତି” ଅଧିବେଶନରେ ଡିଜିଏନ୍‌
ଅନିଲ କୁମାର ସାମଲ ଅଧ୍ୟକ୍ଷତା କରିବା ସହ ପ୍ୟାନେଲିଷ୍ଟ ପିପି ଆଶୁତୋଷ ରଥ, ସବ୍ୟସାଚି ଶତପଥି ଉପସ୍ଥିତ
ଥିଲେ । ଏହି ସେମିନାର କେବଳ ଏକ ଘଟଣା ନୁହେଁ ବରଂ ଅନ୍ତର୍ଭୁକ୍ତିମୂଳକ ଭବିଷ୍ୟତ ପାଇଁ ଏହା ଏକ ବିରାଟ
ଆହ୍ୱାନ । ଅଂଶଗ୍ରହଣକାରୀମାନେ ଏହି ସେମିନାର ମାଧ୍ୟମରେ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇ ସର୍ବୋତ୍ତମ
ଅଭ୍ୟାସଗୁଡ଼ିକ ପରସ୍ପର ସହ ବାଣ୍ଟିବା ସହିତ ନିଜ ନିଜ ସମ୍ପ୍ରଦାୟରେ ବିବିଧତା ଓ ସମାନତା ପାଇଁ ଆବଶ୍ୟକୀୟ ଜ୍ଞାନ
ଓ ପଦକ୍ଷେପ ସହ ଜଡିତ ହୋଇପାରିବେ । ଏହି ସେମିନାର ସାମାଜିକ ନ୍ୟାୟ ଏବଂ ସମାନତା ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ
ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଅଛି ।