
ଭୁବନେଶ୍ବର ୧୩/୦୪:ସ୍ଥାନୀୟ ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରୀଂଶତିତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ। ମୁଖ୍ଯ ଅତିଥି ବିଶିଷ୍ଟ ପ୍ରବାଚିକା ସୁଶ୍ରୀ ପ୍ରିୟଭାଷିଣୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଉତ୍ସବରେ ମୁଖ୍ଯ ବକ୍ତା ପ୍ରଫେସର ଗୌରମୋହନ ପରିଡା ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ। ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପରିଡା, ଭାରତୀୟ ଶିକ୍ଷା ପରିଷଦର ଟ୍ରଷ୍ଟି ଶ୍ରୀଯୁକ୍ତ ବାବାଜୀ କୁମାର, ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଡଃ ଦିଗରାଜ ବ୍ରହ୍ମା ସମ୍ମନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁର ପାଠ ପଢାରେ ମାଆମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଚନ୍ଦ୍ର ପରିଡା ଯୋଗ ଦେଇଥିଲେ। ଶିଶୁକୁ ଚିହ୍ନିବା ଓ ତାର ପ୍ରତିଭାର ବିକାଶ ଦିଗରେ ତାକୁ ଆଗେଇନେଲେ ଶିକ୍ଷା ପ୍ରଭାବଶାଳୀ ହେବ ବୋଲି ମତ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଉଭୟେ ପାଠ୍ୟ ଓ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛୋଟଛୋଟ ଛାତ୍ରଛାତ୍ରୀମାନଙ୍କର ନୃତ୍ୟଗୀତରେ ଉପସ୍ଥିତ ଶତାଧିକ ଅଭିଭାବକମାନେ ବିମୋହିତ ହୋଇଥିଲେ। ଶେଷରେ ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟର ପ୍ରମୁଖ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ନାୟକ ଅତିଥିମାନଙ୍କୁ, ନୃତ୍ୟଗୀତରେ ଅଭିନୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ତଥା ଉପସ୍ଥିତ ସମସ୍ତ ଜନତାଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।