ସ୍ମାର୍ଟ ସହର ମିଳିତ ଭାବରେ ଡିଜାଇନ କରିବାକୁ କିଶୋରଙ୍କ ନେତୃତ୍ୱାଧୀନ ପନ୍ଥା : Ommtv Kalinga Vikas

ଚନ୍ଦ୍ରଶେଖରପୁର, ୨୯/୧୧ (କଳିଙ୍ଗ ବିକାଶ): ହମାରା ବଚ୍ପନ ଟ୍ରଷ୍ଟ, ଡବ୍ଲୁ୍ୟଆର୍ଆଇ ଇଣ୍ଡିଆ ସହିତ ମିଳିତ ଭାବରେ ‘ଉଦ୍ଦୀପନ: ଦି ଫୁ୍ୟଚର ଇଜ୍ ଆୱାର୍ସ! ଆଡୋଲେସେଂଟ୍ସ୍ କୋ-ଡିଜାଇନିଂ ସ୍ମାର୍ଟର ସିଟିଜ’ ନାମରେ ଏକ ଉଲ୍ଲେଖନୀୟ ନାଗରିକ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଆୟୋଜନ କରିଛି ।  ଅନୁଷ୍ଠାନର ଫାଉଣ୍ଡର ଚେୟାରପର୍ସନ ଧରିତ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ଦେଈ ସଭା ଆରମ୍ଭ କରିଥିଲେ|  ଗୃହନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜକଙ୍କୁ ପ୍ରଶଂସା କରିଥିଲେ | ଆଇଏଏସ୍ କମିଶନର ତଥା ଭାଇସ୍ ଚେୟାରମ୍ୟାନ, ବିଏମ୍ସି ଓ ବିଡିଏ, ସହରାଂଚଳ ପ୍ରଶାସନର ଚଞ୍ଚଲ ରାଣା,  କିଶୋରମାନଙ୍କର ସଂପୃକ୍ତି ଉପରେ ଗୁରୁତ୍ୱ ଦେଇଥିଲେ ।
“ରିଇମାଜିନିଂ ସିଟିଜ୍ ୱିଥ୍ ଆଣ୍ଡ୍ ଫର୍ ଆଡୋସେଂଟ୍ସ୍” ଶୀର୍ଷକ ଶ୍ୱେତପତ୍ର ପ୍ରକାଶ ସହିତ କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା । ଉକ୍ତ ଶ୍ୱେତପତ୍ରରେ ଅମୃତ ୨.୦, ପିଏମ୍ଏୱାଇ-ୟୁ, ସ୍ମାର୍ଟ ସିଟିଜ୍ ମିଶନ ଏବଂ ସିଡିପି -୨୦୪୦ ଭିଜନ୍ ସହିତ କିଶୋର-ସମ୍ବେଦୀ ଯୋଜନା ପ୍ରସ୍ତୁତିକୁ ସମନ୍ୱିତ କରିବା ନିମନ୍ତେ ବିଧିବ୍ୟବସ୍ଥା ସମ୍ପର୍କରେ ପ୍ରସ୍ତାଵ ଦେଇଥିଲେ |