ମହାତ୍ମା ଗାନ୍ଧୀ ବିଚାରରେ ଅଂହିସା ହେଉଛି ଏକ ପରମ ଧର୍ମ : Ommtv Kalinga Vikas

BBSR, ୨୭/୧୦(KV): ମହାତ୍ମା ଗାନ୍ଧୀ ବିଚାରରେ ଅଂହିସା ହେଉଛି ଏକ ପରମ ଧର୍ମ ଏହି ବିଚାରକୁ ଯୁବ ପିଢ଼ିଙ୍କ ମଧ୍ୟରେ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ଆଜି ଭୁନେଶ୍ବରସ୍ଥିତ ସିୱାଇଏସଡି ଠାରେ ବିଶିଷ୍ଟ ଗାନ୍ଧିବାଦୀ ଏସ୍.ଏନ୍ ସୁବାରାଓ ଙ୍କ ଚତୁର୍ଥ ପୂଣ୍ୟତିଥି ଅବସରରେ ଅଂହିସା ବିଚାର ଆଲୋଚନା ଚକ୍ର ଓ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସମାଜରେ ବଢୁଥିବା ହିଂସାକୁ ଧିରେ ଧିରେ ପ୍ରତିହତ କରିବା ପାଇଁ ଅଂହିସା ଏକ ଅସ୍ତ୍ର ଓ ଏହାର ପ୍ରୟୋଗ ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଉପରେ ରାଜୟସ୍ତରୀୟ ଅଂହିସା ବିଚାର ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା l ଏହା ଅଂହିସା ବିଚାର ଫାଉଣ୍ଡେସନ ଟ୍ରଷ୍ଟ, ଜାତୀୟ ଯୁବ ପ୍ରକଳ୍ପ ଓ ସିୱାଇଏସଡି ଦ୍ଵାରା ଆୟଜିତ ହୋଇଥିଲା l ଏଥିରେ ଅଂହିସା ବିଚାର ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସୋମ , ଜାତୀୟ ଯୁବ ପ୍ରକଳ୍ପର ମୁଖ୍ୟ ମଧୁସୂଦନ ଦାସ, ସିୱାଇଏସଡିର ସହ ପ୍ରତିତାଷ୍ଠା ପ୍ରଫୁଲ୍ଲ କୁମାର ସାହୁ , ଗାନ୍ଧିବାଦୀ ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ପ୍ରଫେସର ରଘୁନାଥ ମଣ୍ଡଳ,ଜାତୀୟ ସେବା ଯୋଜନାର ରାଜ୍ୟ ସଂଯୋଜକ ବିଶ୍ୱମୋହନ ଜେନା ଓ ମିଶନ ରକ୍ତଦାନର ଆବାହକ ହରପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗାନ୍ଧୀ ବିଚାରକ ଓ ନାଟ୍ୟକାର ସୁବୋଧ ପଟ୍ଟନାୟକ , ସମାଜସେବିକା ଝାଂଶି ସିଂଙ୍କୁ ଅହିଂସା ବିଚାର ସମ୍ମାନ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା ।