କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଭା କାର୍ଯ୍ୟକ୍ରମ ପାଇଁ ବିବରଣି
କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଭା କାର୍ଯ୍ୟକ୍ରମ ପାଇଁ ବିବରଣି
କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଭା କାର୍ଯ୍ୟକ୍ରମ ପାଇଁ ବିବରଣି
ତାରିଖ ୫/୧୧/୨୦୨୫…….
ମହାଶୟ / ମହାଶୟା : ଆପଣଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବକୁ ସ୍ବାଗତ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ବାସୁଳେଇ ଯୁବକ ସଂଘ ପକ୍ଷରୁ ଆୟୋଜିତ ହେବ ‘କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ୨୦୨୫’ ପ୍ରତିଭା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ। ସକାଳ ୯ଟାରେ ରଙ୍ଗମାଟିଆ ସରକାରୀ ବିଦ୍ୟାଳୟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ପିଲାମାନେ ନିଜ ସହିତ ରଙ୍ଗ ଏବଂ ପେନସିଲ ଆଣିବେ। ଆୟୋଜକ ସଂସ୍ଥା ପକ୍ଷରୁ କେବଳ ଚିତ୍ରାଙ୍କନ ପାଇଁ ଡ଼୍ରଇଁ ପେପର ଯୋଗାଇ ଦିଆଯିବ। ଠିକ୍ ୯:୩୦ ମିନିଟରେ ପରୀକ୍ଷା ଆରମ୍ଭ ହେବ ଏବଂ ୧୦:୩୦ ମିନିଟରେ ପରୀକ୍ଷା ଶେଷ ହେବ। ଚିତ୍ରାଙ୍କନ ପାଇଁ ପରୀକ୍ଷା କେନ୍ଦ୍ରରେ ୨ଟି ଟପିକରେ ନିଜ ଇଛାରେ ଗୋଟିଏ ଚିତ୍ର କରିବାପାଇଁ ପିଲାଙ୍କୁ କୁହାଯିବ। ଏହି ସମୟରେ ପିଲାଙ୍କୁ ଏକ ଟୋକନ ମିଳିବ। ଯାହାକୁ ପ୍ରତିଯୋଗୀମାନେ ସେହିଦିନ ସଂଧ୍ୟା ୬ଟାରେ ସାଙ୍ଗରେ ଆଣି ସଂସ୍କୃତିକ ମଞ୍ଚ ନିକଟରୁ ଅତିଥିମାନଙ୍କ ହାତରୁ ପୁରସ୍କାର ସହ ପ୍ରମାଣପତ୍ର ଗ୍ରହଣ କରିପାରିବେ।

ସେହିଭଳି ନୃତ୍ୟ ପ୍ରତିଭା କାର୍ଯ୍ୟକ୍ରମ ପାଇଁ ପ୍ରତିଯୋଗୀମାନେ ସଂଧ୍ୟା ୬ଟାରେ ନିଜ ଗୀତ ଅନୁଯାୟୀ ଉଚିତ ପୋଷାକ ଓ ମେକଅପ୍ ହୋଇ ସଂସ୍କୃତିକ ମଞ୍ଚ ନିକଟରେ ପହଞ୍ଚିବେ। ସେମାନଙ୍କ ନାମ ଘୋଷଣା କରାଗଲେ ଜଣେ ଜଣେ କରି ମଞ୍ଚରେ ନିଜ ପ୍ରତିଭା ଦେଖାଇବେ। ପ୍ରତେକ୍ୟ ପ୍ରତିଯୋଗୀ ପ୍ରାୟ ୩ ମିନିଟ ପର୍ଯ୍ୟନ୍ତ ନୃତ୍ୟ କରିବାକୁ ସୁଯୋଗ ପାଇବେ। ଏହି ସମୟରେ ଏକକ, ଡ଼ୁଏଟ୍ ଏବଂ ଗ୍ରୁପ୍ ନୃତ୍ୟ ମଧ୍ୟ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ବ୍ୟସ୍ତନହୋଇ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅନୁଷ୍ଠାନ ପକ୍ଷରୁ ପ୍ରତେକ୍ୟ ପ୍ରତିଯୋଗୀଙ୍କୁ ନିଶ୍ଚିତ ପୁରସ୍କାର ମିଳିବ।
ମା’ବାସୁଳେଇ ଯୁବକ ସଂଘ ଦ୍ବାରା ଆୟୋଜିତ ଏହି କାର୍ତ୍ତିକପୂର୍ଣ୍ଣିମା ମହୋତ୍ସବ ପିଲାମାନଙ୍କ ମନରେ ପ୍ରତିଯୋଗୀତା ଓ ହାର ଜିତ୍ ଭାବନା ନଆଣିବାପାଇଁ ଏକ ନିଆରା ଢ଼ଙ୍ଗରେ ସମସ୍ତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ରାଜ୍ୟରେ ଏକ ନୂଆ କୌଶଳ ଆରମ୍ଭ କରିଛି। ଏହା ସହିତ ପ୍ରତିଯୋଗୀମାନଙ୍କୁ ଟିଫିନ୍ ଏବଂ ପ୍ରସାଦ ସେବନ ସୁବିଧା ଯୋଗାଇଦେଇଛି।
୫/୧୧/୨୦୨୫ : ପ୍ରତିଭା କାର୍ଯ୍ୟକ୍ରମ ଚିତ୍ରାଙ୍କନ(ସକାଳ ୯ଟା) ଓ ନୃତ୍ୟ(ସଂଧ୍ୟା ୬ଟା)
୬/୧୧/୨୦୨୫: ବିନଦାସ ଡ଼୍ୟାନସ୍ ଗ୍ରୁପ୍ ଦ୍ବାରା ଅତ୍ୟାଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଡ଼୍ୟାନସ୍ ମେଲୋଡ଼ି।
୭/୧୧/୨୦୨୫: ଓଡ଼ିଲଡ଼ କୁଇନ୍ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଗ୍ରୁପର ମେଲୋଡ଼ି କାର୍ଯ୍ୟକ୍ରମ।
ସମସ୍ତ ପ୍ରତିଭାଙ୍କୁ ନିଶ୍ଚିତ ଜଳଖିଆ ଏବଂ ଭୋଜନ ପାଇଁ ନିମନ୍ତ୍ରଣ ରହିଲା।
ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଭା କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ନାମ ପଞ୍ଚିକରଣ କରିଥିବା ନିହାତି ଆବଶ୍ୟକ।
ଆପଣଙ୍କ କାର୍ଯ୍ୟକ୍ରମ ପରିଚାଳନା ମିଡ଼ିଆ ପାଟନର୍ର ଓମ୍ଟିଭି , କଳିଙ୍ଗ ବିକାଶ : ୯୪୩୯୧୭୭୬୩୦

