ଭବାନୀପାଟଣା ହିଲଟାଉନରେ ଅଗଷ୍ଟ ୧୫ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି:Ommtv Kalingavikas
ଭବାନୀପାଟଣା ହିଲଟାଉନରେ ଅଗଷ୍ଟ ୧୫ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି:Ommtv Kalingavikas
ଭବାନୀପାଟଣା ହିଲଟାଉନରେ ଅଗଷ୍ଟ ୧୫ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି:Ommtv Kalingavikas
କଳାହାଣ୍ଡି ଜିଲ୍ଲା,୧୧/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଭବାନୀପାଟଣା ହିଲଟାଉନରେ ଗତକାଲି ୧୦ ତାରିଖ (ରବିବାର) ଦିନ ଚଳିତ ବର୍ଷ ଅଗଷ୍ଟ ୧୫ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଯେପରିକି ଝୁଟି , ଚିତ୍ରାଙ୍କନ, ମ୍ୟୁଜିକ ଚ୍ୟାର ଓ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତା ପାଇଁ ହିଲ ଟାଉନ ଡେଭେଲପମେନ୍ଟ କମିଟି ପ୍ରତିଦ୍ଵନ୍ଦୀ ଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲା I କଲ୍ପନା ଠାରୁ ଅଧିକ ଆନନ୍ଦ, ଉଲ୍ଲାସ,ଉତ୍ସାହ ଓ ସହଯୋଗର ସହିତ ବିଭିନ୍ନ ପ୍ରତିଯୋଗୀତାରେ ପ୍ରତିଦ୍ଵନ୍ଦୀମାନେ ଭାଗ ନେଇଥିଲେ ଯାହାର ଦୃଷ୍ଟାନ୍ତ ବିଶେଷ କରି ମ୍ୟୁଜିକ ଚ୍ୟାର ଓ ବକୃତା ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା । ବିଭିନ୍ନ ପ୍ରତିଯୋଗୀତାରେ ସମସ୍ତ କମିଟିର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ତତ ସହିତ କମିଟି ସମସ୍ତ ମେମ୍ବର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପରେ ପରିଚାଳିତ କରିବାରେ ଯଥାସାଧ୍ୟ ଚେଷ୍ଟା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

କମିଟିର ଉପଦେଷ୍ଟାମାନେ ଡକ୍ଟର ଭାରତବନ୍ଧୁ ପଣ୍ଡା , ଶ୍ରୀ ପ୍ରମୋଦ ପଟ୍ଟନାୟକ ଓ ଅନ୍ୟମାନେ ବିଭିନ୍ନ ପ୍ରତିଯୋଗୀତାକୁ ତଦାରଖ କରି ପ୍ରତିଦ୍ଵନ୍ଦିମାନଙ୍କୁ ଓ କମିଟିର ସଦସ୍ୟମାନଙ୍କୁ ପ୍ରୋତ୍ସାହନ କରିଥିଲେ । ଏହି ପ୍ରତିଯୋଗୀତା ଗୁଡିକରେ ପ୍ରତିଦ୍ଵନ୍ଦୀମାନଙ୍କ ଅଭିଭାବକମାନେ ମଧ୍ୟ ବହୁତ ଆନନ୍ଦ ଉପଭୋଗ କରିଥିଲେ ଏବଂ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ମହିଳାଙ୍କ ପାଇଁ ମ୍ୟୁଜିକ ଚ୍ୟାର ପ୍ରତିଯୋଗୀତା କରିବା ପାଇଁ ସ୍ଥିର କରିଛନ୍ତି ।ଏହି ପ୍ରତିଯୋଗୀତା ଗୁଡିକରେ ବିଷୟବସ୍ତୁ ଉପରେ ବିଶେଷ ଜ୍ଞାନ ଥିବା ଅଭିଜ୍ଞ ଓ ଅନୁଭବି ବ୍ୟକ୍ତି ବିଶେଷଙ୍କୁ ବିଚାରକ ଦାୟିତ୍ଵ ଦିଆ ଯାଇଥିଲା ଏବଂ ସେମାନେ ମଧ୍ୟ ନିଜ ଅଭିଜ୍ଞତା ଓ କୁଶଳତା ଅନୁଯାଇ ନିଜ ଦାୟିତ୍ୱକୁ ସମ୍ପାଦନ କରିଥିଲେ ଶାନ୍ତି,ଶୃଙ୍ଖଳା ଓ ଆନନ୍ଦର ସହିତ ସମସ୍ତ ପ୍ରତିଯୋଗୀତାକୁ ସମାପନ କରିଥିବାରୁ ହିଲ ଟାଉନ ଡେଭେଲପମେନ୍ଟ କମିଟି ସମସ୍ତ ବିଚାରକ ମଣ୍ଡଳୀ,ସ୍ଵେଚ୍ଛାସେବୀ,ଅଭିଭାବକ ଓ ଦର୍ଶକମଣ୍ଡଳୀମାନଙ୍କୁ କମିଟିର ସମ୍ପାଦକ ଶ୍ରୀ ଦୁଃଖିଶ୍ୟାମ ପ୍ରଧାନ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦାୟିତ୍ୱକୁ କମିଟିର ସଭାପତି ଶ୍ରୀ ଗଣେଶ ପଟ୍ଟନାଏକ, ସରୋଜ ପାତ୍ର,ସଂଗ୍ରାମ ରଥ,କେ.ସୁନିଲ, ସଂଗ୍ରାମ ସରାଫ,ଶୟଦ୍ ଗୁଲାମ ଗୌଷ, ଦୂର୍ଗା ରଥ,ତାର ରଥ,ସୁରଥ ସାହୁ, ମିନକିତନ୍ ମେହେର,ଅରୁଣ ଭୋଇ,ବିଷ୍ଣୁ ଚରଣ ଚୌଧୁରୀ ଓ ହିଲଟାଉନ ଲେନ ନମ୍ବର ୧ ଓ ୨ ରେ ରହୁଥିବା ବ୍ୟକ୍ତି ବିଶେଷ ସହ ମହିଳା ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକର୍ମ ଗୁଡ଼ିକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ । ଯେଉଁ ପ୍ରତିଯୋଗୀ ମାନେ ବିଜିତା ପ୍ରଥମ ଦ୍ୱତୀୟ ଓ ତୃତୀୟ ସ୍ଥାନ ହାସଲ କଲେ ସେମାନଙ୍କୁ ଚଳିତ ଅଗଷ୍ଟ ୧୫ ତାରିଖ ଦିନ ସମସ୍ତଙ୍କୁ ଅପରାହ୍ନରେ ସନମ୍ମାନିତ କରାଯିବ I
