ରାଜଧାନୀରେ ଚିଲ୍ଲେଇ ଚିଲ୍ଲେଇ ନିଜକୁ ବିଖ୍ୟାତ ପ୍ରଖ୍ୟାତ ସମାଜସେବୀ ଭାବରେ ପରିଚିତ କରାଉଥିବା ତଥା କିଛି ଆତ୍ମଘୋଷିତ ୧ ନମ୍ୱର୍ ମିଡ଼ିଆ ବାଲାଙ୍କ କ୍ୟାମେରା ଲେନ୍ସର ତାରା ସାଜିଥିବା ମହିଳାଙ୍କ କାହାଣୀ :Ommtv Kalingavikas

ରେଳବାଇ ଚାକିରି ଆଳରେ ୬୨.୫ ଲକ୍ଷ ଠକେଇ: ନାରୀନେତ୍ରୀ ଗିରଫ; ସ୍ବାମୀ ଫେରାର୍

ବ୍ରହ୍ମପୁର: ରେଳବାଇରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଏକାଧିକ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ସଦର ଥାନା ପୁଲିସ ଭୁବନେଶ୍ବରରୁ ଜଣେ ନାରୀନେତ୍ରୀଙ୍କୁ ଗିରଫ କରିଛି। ସେ ହେଲେ, ଯାଜପୁର ବରୀରାମଚନ୍ଦ୍ରପୁର ବନ୍ଧପଡ଼ାର ଶୁଭଲକ୍ଷ୍ମୀ ରାଉତ ଓରଫ ନାୟକ (୨୮) । ପୁଲିସ୍ ତାଙ୍କଠାରୁ ଦୁଇଟି ପାସବୁକ୍ ଜବତ କରିଛି। ଅପରପକ୍ଷେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଶୁଭଲକ୍ଷ୍ମୀଙ୍କ ସ୍ଵାମୀ ସମରଜିତ ରାଉତ ଓରଫ୍ ବସନ୍ତ ସିଂହ ଫେରାର୍ ହୋଇଯାଇଛି। ପୂର୍ବରୁ ଏହି ମାମଲାରେ ମାଷ୍ଟର୍‌ମାଇଣ୍ଡ ତଥା କୁକୁଡ଼ାଖଣ୍ଡି ଗ୍ରାମ ଶାନ୍ତିନଗରର ଏ. ବିଘ୍ନେଶ୍ୱର ରାଓ ଦୋରା ଗିରଫ ହୋଇଥିଲେ। ଆଜି ଶୁଭଲକ୍ଷ୍ମୀଙ୍କୁ ମିଶାଇ ଏହି ଠକେଇ ମାମଲାରେ ଗିରଫ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ୨୦୨୩ ମସିହାରେ ଏହି ଠକେଇ ହୋଇଥିଲା । ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ଏସ୍. କୃଷ୍ଣଚନ୍ଦ୍ର ଦୋରା(୩୨) ଓ ତାଙ୍କର କିଛି ବନ୍ଧୁ ଚାକିରି ସନ୍ଧାନରେ ଥିଲେ | ଏ. ବିଘ୍ନେଶ୍ୱର ରାଓ ସେମାନଙ୍କୁ ରେଳ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପ୍ରତ୍ୟେକଙ୍କୁ ୧୨ଲକ୍ଷ ୫୦ହଜାର ଲେଖାଏଁ ଦେବାକୁ ପଡ଼ିବ ବୋଲି କହିଥିଲେ। କିଛି ଦିନ ପରେ ବିଘ୍ନେଶ୍ୱର ଅଭିଯୋଗକାରୀ କୃଷ୍ଣ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ବର ନେଇ ସମରଜିତ ରାଉତ ଓରଫ ବସନ୍ତ ସିଂହ ଏବଂ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଥିଲେ। ବସନ୍ତ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍‌ରେ ଟିଟିଇ ଭାବେ କାର୍ଯ୍ୟରତ ବୋଲି କହିବା ସହ ସେ ବିଭିନ୍ନ ବ୍ୟକ୍ତିଙ୍କ ନିଯୁକ୍ତିପତ୍ର ଦେଖାଇ ସେମାନଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରିଥିଲେ। ଏପରିକି, ପୂର୍ବତଟ ରେଳବାଇ ଜିଏମ୍ ଓ ଅନ୍ୟ ଉଚ୍ଚଅଧିକାରୀଙ୍କ ଭିନ୍ନଭିନ୍ନ ଫଟୋ ଦେଖାଇଥିଲେ । ପରେ ଏହି ଦମ୍ପତି ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିଘ୍ନେଶ୍ୱରଙ୍କ ମାଧ୍ୟମରେ କୃଷ୍ଣଙ୍କ ସମେତ ୫ଜଣ ଚାକିରି ଆଶାୟୀଙ୍କଠାରୁ ୧୨ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ମୋଟ ୬୨ଲକ୍ଷ ୫୦ହଜାର ଟଙ୍କା ନେଇଥିଲେ | ଟଙ୍କା ନେବା ପରେ ଡାକ ମାଧ୍ୟମରେ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ନକଲି ବୋଲି ଜଣାପଡ଼ିବା ପରେ କୃଷ୍ଣ ସଦର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍ ବିଘ୍ନେଶ୍ୱରଙ୍କୁ ଗିରଫ କରିଥିଲା । କିନ୍ତୁ ଶୁଭଲକ୍ଷ୍ମୀ ଓ ତାଙ୍କ ସ୍ବାମୀ ସମରଜିତ ଫେରାର୍ ହୋଇଯାଇଥିଲେ। ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ଭୁବନେଶ୍ଵରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି କଳିଙ୍ଗ ବିହାରରୁ ଶୁଭଲକ୍ଷ୍ମୀଙ୍କୁ ଗିରଫ କରିଛି।